csstore

ଜିଲ୍ଲା ପୂର୍ବତନ ସୈନିକ ସଂଘ ପକ୍ଷରୁ ଭୀମ ପାହାଡରେ ବୃକ୍ଷ ରୋପଣ ଓ ମଂଜି ସିଂଚନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମୁକୁନ୍ଦପୁର ପଂଚାୟତ ଅନ୍ତର୍ଗତ ପର୍ୟ୍ୟଟନସ୍ଥଳୀ ଭୀମ ପାହାଡରେ ଜିଲ୍ଲା ପୂର୍ବତନ ସୈନିକ ସଂଘ ପକ୍ଷରୁ ବୃକ୍ଷ ରୋପଣ ଓ ମଂଜି ସିଂଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିରେନ୍ଦ୍ର କୁମାର ନାଗ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବିଡିଓ ରାମଦତ୍ତ ଭୋଇ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଂଚ, ସମିତିସଭ୍ୟ, ନାଏବ ସରପଂଚ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ, ଉପସଭାପତି ସର୍ବେରାମ ପଟେଲଙ୍କ ସମେତ ପୂର୍ବତନ ସୈନିକମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ମଂଜି ସିଂଚନ କରିଥିଲେ ।

jayashree
Leave A Reply

Your email address will not be published.