ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୫୮ତମ ବଳିଦାନ ଦିବସ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅଧୀନ ତେଲେନପାଲି ନବରତ୍ନ ଉଚ୍ଚ ବିଦ୍ୟାଳୟ ଠାରେ ଗୋଣ୍ଡୱାନା ଛାତ୍ର ସଂଗଠନ (ଜିଏସ୍‌ୟୁ) ଖପ୍ରାଖୋଲ ତରଫରୁ ଜିଏସ୍‌ୟୁ ସଭାପତି ତନ୍ତ୍ର ଧରୁଆଙ୍କର ସଭାପତିତ୍ୱରେ ଆଗାମୀ ଜୁନ ୨୪ରେ ହେବାକୁ ଥିବା ଗୋଣ୍ଡୱାନା ରାଜ୍ୟର ମହାନ କ୍ରାନ୍ତିକାରୀ ଲଢୁଆ ନେତ୍ରୀ ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କର ୪୫୮ତମ ବଳିଦାନ ଦିବସ ତେଲେନପାଲି ଠାରେ ମହାସମାରୋହରେ ପାଳନ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା । ଏହି ପ୍ରସ୍ତୁତି ବୈଠକରେ ବେଲପଡ଼ା ବ୍ଲକ ଅଧୀନ କର୍ମଚାରୀ ସଂଘର ବରିଷ୍ଠ ସଦସ୍ୟ ତିରୁମାଲ କ୍ଷମାସାଗର ମାଝୀ ମୁଖ୍ୟ ଅତିଥି, ଗୋଣ୍ଡୱାନା ଛାତ୍ର ସଂଗଠନ ଉପଦେଷ୍ଟା ବରିଷ୍ଠ କର୍ମକର୍ତ୍ତା ତଥା ଫରେଷ୍ଟର ତିରୁମାଲ କ୍ଷୀରଧର ମାଝୀ ସମ୍ମାନିତ ଅତିଥି, ଗୋଣ୍ଡ ସାଂସ୍କୃତିକ ସମାଜ ସଭାପତି ଚଉବନ ମାଝୀ, ଗୋଣ୍ଡୱ।ନା ଛାତ୍ର ସଂଗଠନ ଉପଦେଷ୍ଟା ମଣ୍ଡଳୀ ପୂର୍ଣ୍ଣଚନ୍ଦ୍ର ଭୋଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଅଞ୍ଚଳ ସଭାପତି ବିପ୍ର ବିଶି, ବୈଜଷ୍ଠ କାର୍ଯ୍ୟକର୍ତ୍ତା ଟିକେଶ୍ୱର ଧରୁଆ, ଗୋଲାପ ବିଶି, ଶଶିକାନ୍ତ ବିଶି, ଚନ୍ଦ୍ରଭାନୁ ମାଝୀ, ଗୋଣ୍ଡୱ।ନା ଛାତ୍ର ସଂଗଠନ ଉପସଭାପତି ଲୋକନାଥ ବିଶି, ଗୋଣ୍ଡୱ।ନା ଛାତ୍ର ସଂଗଠନ ସଚିବ କ୍ଷୀରଧର ମାଝୀ, ଜିଏସ୍‌ୟୁ ଗୋଣ୍ଡୱାନା ଛାତ୍ର ସଂଗଠନ ପ୍ରଚାର ସଚିବ ଶଶିକାନ୍ତ ବିଶି, ସଂଗଠନର ସଦସ୍ୟ ସୁବାସ ଧରୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ କିପରି ଭାବରେ ସଫଳ କରାଯିବ ସେ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ଏହି ମହାନ କ୍ରାନ୍ତିକାରୀ ରାଣୀ ଦୁର୍ଗାବତୀଙ୍କର ବଳିଦାନ ଦିବସ ପ୍ରତି ଗାଁରେ ପ୍ରତି ଗ୍ରାମପଞ୍ଚାୟତରେ ଓ ପ୍ରତି ଜିଲ୍ଲା ଓ ବ୍ଲକରେ ପାଳନ କରାଯିବା ଉଚିତ୍ ବୋଲି ଆଲୋଚନା କରାଯାଇଥିଲା । ଟିକଶ୍ଵର ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.