pakka

ମକ୍‌ଡ୍ରିଲ ପାଇଁ ଡେଲାଙ୍ଗରେ ବ୍ଲକସ୍ତରୀୟ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ବିଜୁପଟ୍ଟନାୟକ ସମ୍ମିଳନୀ ପ୍ରକୋଷ୍ଠରେ ବ୍ଲକ ଅଧକ୍ଷ୍ୟା ବାସନ୍ତି ସାହୁଙ୍କ ଅଧ୍ୟକ୍ଷ୍ୟତାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ବ୍ଲକସ୍ତରୀୟ ଟେବୁଲ ଟପ୍‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଏବିଡିଓ ପ୍ରଦୀପ୍ତ କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ ଜିପିଓ ରତିକାନ୍ତ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିସହିତ ବିଭାଗୀୟ ଅଧିକାରୀ, ଏନ୍‌ଜିଓ ପ୍ରତିନିଧି ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ପଞ୍ଚାୟତ ସମିତି ଡେଲାଙ୍ଗ କର୍ତ୍ତୃପକ୍ଷଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି ବ୍ଲକସ୍ତରୀୟ ମକ୍‌ଡ୍ରିଲ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମରେ ପ୍ରତ୍ୟକ ଲାଇନ ଡିପାର୍ଟମେଣ୍ଟ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ନିଜେ ନିଜେ କେତେ ସଚେତନ ଅଛନ୍ତି ଏବଂ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଉପରେ ବିବରଣୀ ପ୍ରଦାନ କରିଥିଲେ । ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜ ଦାୟିତ୍ଵ ପ୍ରତି ସଚେତନ ରହି ବନ୍ୟାର ମୁକାବିଲା କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ପରାମର୍ଶ ଦେଇଥିଲେ । ଏଥିସହିତ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜ ବିଭାଗର ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କିଭଳି ବ୍ୟବସ୍ଥା ଓ ପ୍ରସ୍ତୁତି ରହିଛି ବିଡିଓ ଶ୍ରୀ ଷଡଙ୍ଗୀ ବିଭାଗୀୟ ଅଧିକାରୀମାନଙ୍କ ମତାମତ ନେଇଥିଲେ । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜରୁରୀ କାଳୀନ ଔଷଧ ମହଜୁଦ ରଖିବା, ପାନୀୟ ଜଳ, ଶୁଖିଲାଖାଦ୍ୟ, ପଲିଥିନ, ଗୋଖାଦ୍ୟ, ଭେକ୍ସିନି ଓ ଆମ୍ବୁଲାନ୍ସ ବୋଟ, ଡାକବାଜି ଯନ୍ତ୍ର ଓ ମିଡିଆ ସହୋଯୋଗରେ ଜନସାଧାରଣଙ୍କୁ ଏଥିପ୍ରତି ସତର୍କ ଓ ସଚେତନ କରିବା, ବିପର୍ୟ୍ୟୟ ସମୟରେ ଲୋକଙ୍କ ଥଇଥାନ କରିବା ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ସଂପୃକ୍ତ ବିଭାଗ ଗୁଡିକୁ ନିଦ୍ଦେର୍ଶ ଦିଆଯାଇଥିଲା । ଆଜି ବିଭିନ୍ନ ସ୍ଥାନରେ ମକ୍‌ଡ୍ରିଲ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ଶେଷରେ ବ୍ଲକ ଉପାଧ୍ୟକ୍ଷ ଦୁର୍ବଷା ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

fourteen + 10 =

error: Content is protected !!