pakka

ବିଜେପିର ଏକଛତ୍ରବାଦ ବିରୁଦ୍ଧରେ ଗର୍ଜିଲା ବଲାଙ୍ଗିର କଂଗ୍ରେସ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜେପିର ଏକଛତ୍ରବାଦ ବିରୁଦ୍ଧରେ ଗର୍ଜିଲା ବଲାଙ୍ଗିର କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ମୋଦୀ ନେତୃତ୍ୱାଧିନ କେନ୍ଦ୍ର ସରକାର ଅସହିଷ୍ଣୁତା ଓ ଏକ ଛତ୍ରବାଦିତା ଚରମସୀମା ଲଙ୍ଘିଛି । ଦେଶର ସର୍ବପୁରାତନ ଦଳ ଯିଏ ଭାରତୀୟ ସ୍ୱାଧିନତା ଆନ୍ଦୋଳନର ପ୍ରମୁଖ ଭାଗିଦାର ଥିଲା ତାର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ପୋଲିସ ପଠାଇ ସେଠାରେ ଥିବା କଂଗ୍ରେସ ନେତୃବୃନ୍ଦମାନଙ୍କୁ ଅମାନୁସିକ ଅତ୍ୟାଚାର କରାଇଛି । ମୋଦୀ ସରକାର ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାକୁ ଦେଖି ଭୟଭୀତ ହୋଇ ପ୍ରତିହିଂସା ପରାୟଣ ହୋଇ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ବାରମ୍ବାର ଜେରା କରି ଗାନ୍ଧୀ ପାରିବାର ଉପରେ ମିଥ୍ୟା କଳଙ୍କ ଲଗାଇବାର ମସୁଧା କରୁଛି । ଏପରି ହେଲେ କେନ୍ଦ୍ର ସରକାର ବିରୁଦ୍ଧରେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ କଂଗ୍ରେସ ସମେତ ସାଧାରଣ ଜନତା ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଆଜି ଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ଦିଲ୍ଲୀ ପୋଲିସ ମାତ୍ରାଧିକ ପ୍ରତିହିଂସା ପରାୟଣ ହୋଇ କାର୍ଯ୍ୟାଳୟକୁ ପ୍ରବେଶ ଓ ଅତ୍ୟାଚାର ବିରୁଦ୍ଧରେ ବଲାଙ୍ଗିର କଂଗ୍ରେସ କମିଟି ତରଫରୁ କେନ୍ଦ୍ରୀୟ ସଂସ୍ଥା ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ ସଭାରେ ଜିଲ୍ଲା ସଭାପତି ଦିଲିପ ବେହେରା କହିଛନ୍ତି । ଦିନ ୧୦ଟାରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ସଭାରେ ଶ୍ରୀ ବେହେରା ଆହୁରି ମଧ୍ୟ କହିଛନ୍ତି ଯେ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସର ତୁଙ୍ଗ ନେତୃତ୍ୱମାନେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଓ ପ୍ରତିବାଦ କରୁଥିବା ବେଳେ ଦିଲ୍ଲୀ ପୋଲିସ କାର୍ଯ୍ୟାଳୟ ଭିତରକୁ ପଶି କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀମାନଙ୍କୁ ଶାରୀରିକ ନିର୍ଯ୍ୟାତନା ଦେବା, ମାଡ ମାରିବା ନିନ୍ଦନୀୟ ଅଟେ । କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ କେନ୍ଦ୍ରୀୟ ସଂସ୍ଥା ସିବିଆଇ ଓ ଇଡିକୁ ଅସ୍ତ୍ର କରି ଦେଶର ବିରୋଧି ଦଳ ବିଶେଷ କରି କଂଗ୍ରେସ ନେତୃବୃନ୍ଦଙ୍କୁ ହଇରାଣ କରାଯାଉଛି ବୋଲି ଉପସ୍ଥିତ ଥିବା କଂଗ୍ରେସ ନେତୃବୃନ୍ଦ ନିଜ ଭାଷଣରେ ବିଷୋଦଗାର କରିଥିଲେ । ଯଦି ଗଣତନ୍ତ୍ର ଓ ସମ୍ବିଧାନକୁ ବେଖାତିର କରି କେନ୍ଦ୍ର ସରକାର ଏପରି ଏକଛତ୍ରବାଦ, ସ୍ୱଚ୍ଛଚାରିତାକୁ ବନ୍ଦ ନ କରେ ତେବେ ଆଗାମୀ ଦିନରେ କଂଗ୍ରେସ ଦଳ ଦେଶ ବ୍ୟାପୀ ଆନ୍ଦୋଳନ କରିବ ବୋଲି ଉପସ୍ଥିତ ଥିବା ନେତୃମଣ୍ଡଳୀ ଯଥା ପିସିସି କାର୍ଯ୍ୟକାରିଣୀ ସଭ୍ୟ ଉମାଶଙ୍କର ପଣ୍ଡା, ନଗର ସଭାପତି ବୁଲୁ ଦାନି, ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ ମିଶ୍ର, ଟିଟିଲାଗଡ ବ୍ଲକ ସଭାପତି ବିକାଶ ପାଣିଗ୍ରାହୀ, ଚାଷୀ ନେତା ସରୋଜ ରଥ, ଜିଲ୍ଲା କିଷାନ ସେଲ ସଭାପତି ସାନନ୍ଦ ମିଶ୍ର, ରାଜିବ ଗାନ୍ଧୀ ପଂଚାୟତି ରାଜ ସଭାପତି ଅଜୟ ବାଲି, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ପ୍ରମୁଖ ନିଜ ବକ୍ତବ୍ୟରେ ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ମନୀଷ ମିଶ୍ର, କୈଳାସ ମିଶ୍ର, ପ୍ରଦୀପ ମିଶ୍ର, ଓମ୍‌ ପ୍ରକାଶ କୁମ୍ଭାର, ଜୁଲୁ ପଟ୍ଟନାୟକ, ଲୋପନ ମିଶ୍ର, ପ୍ରଫୁଲ୍ଲ ଦାଶ, ଜୟନାରାୟଣ ବହିଦାର, ନାସୀର ଖାନ, ସଂଜୟ ମିଶ୍ର, ଅମୀୟ ମିଶ୍ର, କରୁଣାକର ମେହେର, ଅମିତ ତ୍ରିପାଠି, କିରନ ସେଠ, ଅମୁଲ୍ୟ ସେଠ, ଅଜିତ ମହାନନ୍ଦ, ସୁଜିତ କୁମ୍ଭାର, ନରେନ୍ଦ୍ର ମେହେର, ହିତେଶ ନାଏକ, ରାହୁଲ ରଣା, ନିରଞ୍ଜନ ମିଶ୍ର, ଟୁଲୁ ସେନ, ପଦ୍ମଚରଣ ବରାଡ, ଓମ୍‌ ପ୍ରକାଶ ବିଶ୍ୱାଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ଗୁଢୁକାପଲା ପଂଚାୟତ ସଭାପତି ଅର୍ଜୁନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

five × 4 =

error: Content is protected !!