lika

ଓଲଟପୁର ସ୍ଥିତ ନିରତାର୍‌ ଅସ୍ଥି ଚିକିତ୍ସା ପ୍ରତିଷ୍ଠାନରେ ଉନ୍ନୟନ କମିଶନର ଏବଂ ୫ଟି ସେକ୍ରେଟାରୀଙ୍କ ସ୍ଥିତି ଅନୁଧ୍ୟାନ

gbag

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଲଟପୁର ସ୍ଥିତ ନିରତାର୍‌ ଅସ୍ଥି ଚିକିତ୍ସା ପ୍ରତିଷ୍ଠାନରେ ରୋଗୀମାନେ ଯେପରି ସୁବିଧାରେ ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉନ୍ନୟନ କମିଶନର ପ୍ରଦୀପ ଜେନା ଏବଂ ୫ଟି ସେକ୍ରେଟାରୀ ଭି କେ ପାଣ୍ଡିଆନ ଓଲଟପୁର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରୋଗୀମାନେ ଯେପରି ସୁବିଧାରେ ନିରତାର୍‌ରେ ପହଂଚିପାରିବେ ସେଥିପାଇଁ ନିଆଳି ଅଡଶପୁର ରାସ୍ତାର ବୋଇରାଇ ଛକ ଠାରୁ ଓଲଟପୁର ନିରତାର୍ ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥାକିଆ କରାଯିବ । ହସ୍ପିଟାଲ ପାର୍ଶ୍ଵରେ ଥିବା ଜମି ଅଧିଗ୍ରହଣ କରି ସେ ଅଂଚଳର ବିକାଶ କରାଯିବ । ହଷ୍ଟେଲର ମଧ୍ୟ ଉନ୍ନତି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

babaa
Leave A Reply

Your email address will not be published.