csstore

ଲୋଇସିଂହା ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟପେପର୍‌ ବଂଟନ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟପେପର୍‌ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଶୋକ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓଷ୍ଟା ବ୍ଲକ୍‌ ସଭାପତି ହରିହର ଉଚ୍ଚ ବିଦ୍ୟାଳୟ ଯୋଗୀସଡର଼୍ାର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାଥ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଲୋଇସିଂହା ଓଷ୍ଟା ସଂପାଦକ ସାରଥୀ ସାହୁ, ଜିଲ୍ଲା ଓଷ୍ଟା ଯୁଗ୍ମ ସଂପାଦକ ଅବନୀ କୁମାର ତ୍ରିପାଠୀ, ଏବିଇଓ ବ୍ୟାସଦେବ ରାୟ, ଡିବିରି ସଂଯୋଜକ ଯୋଗୀନ ନାଏକ ଓ ଆଗଲପୁର ବ୍ଲକ୍‌ ସଂପାଦକ ତାରାକାନ୍ତ ମିଶ୍ର । ଧନ୍ୟବାଦ ଅର୍ପଣ କରିଥିଲେ ଦୁର୍ବାଦଳ ବାଗ । ହରିହର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ରୋସନ ତ୍ରିପାଠୀ, ନିହାରିକା ଦୀପ ମୁଖ୍ୟ ଅତିଥିଙ୍କ ଠାରୁ ଓଷ୍ଟା ଟେଷ୍ଟ ପେପର୍‌ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.