lika

ସଇଁତଲା ପଂଚାୟତର ନୂତନ ଗୃହ ଉଦ୍‌ଘାଟିତ

gbag

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ପଂଚାୟତରେ ସରପଞ୍ଚଙ୍କ ନୂତନ ଅଫିସ ଗୃହ ଉଦ୍‌ଘାଟିତ ହୋଇଯାଇଛି । ସଇଁତଲା ସରପଞ୍ଚ ସୁବ୍ରତ ନାଗଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ସଇଁତଲା ଗୋଷ୍ଟୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଗୃହକୁ ଅନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସାମ୍ବାଦିକ ପ୍ରମୋଦ ସେଲମା, ପ୍ରଦୀପ ବାଗ, କାର୍ଯ୍ୟନିର୍ବାହୀ ଅଧିକାରୀ ଖଗେଶ୍ୱର କମ୍ପ, ୱାର୍ଡମେମ୍ବର ତପୁ ସିଂ ଭୋଇ, ସୁନୀଲ ସେଠ, ମୁନୁ ଭୋଇ, ଲଳିତା ଦଣ୍ଡସେନା, କଲ୍ୟାଣୀ ପୃଷେଠ, ବବୁଲୁ ମାଝୀ, ରାକେଶ ସାହୁ, ଧୂବା ଜାଲ, ସରୋଜ ଥପା, ସଂଜୀବ ବାଗ, ପଞ୍ଚାୟତ କର୍ମଚାରୀ ବଡ଼ ସରାଫ, ପ୍ରଶାନ୍ତ ଭୋଇ ଓ ବାବୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ସଇଁତଲାରେ ସରପଞ୍ଚଙ୍କ ଅଫିସ ଗୃହ ବ୍ଲକରେ ପ୍ରଥମ କରି ଉଦ୍‌ଘାଟିତ ହେଲା ।

babaa
Leave A Reply

Your email address will not be published.