jayashree

ମୁମ୍ବାଇରେ ୨୫.୬୬ ମିଲିମିଟର ବର୍ଷା ରେକର୍ଡ

ନୂଆଦିଲ୍ଲୀ : ମୁମ୍ବାଇରେ ୨୫.୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମୁମ୍ବାଇ ଛୁଇଁଛି । ଜୁନ ୧୧ରେ ସ୍ୱାଭାବିକ ଭାବେ ମୌସୁମୀ ମୁମ୍ବାଇ ଛୁଇଁଥାଏ । ଗତକାଲି ରାତିରୁ ମୁମ୍ବାଇରେ ପବନ ସହ ପ୍ରବଳ ବର୍ଷା ଓ ବଜ୍ରପାତ ଘଟିଥିଲା । ପାଗ ଅନୁକୂଳ ରହିବା ଫଳରେ ମୌସୁମୀ ଆସିବା ସହଜ ହୋଇଥିଲା । ମୁମ୍ବାଇ ସମେତ ଥାନେ, ଦାହାନୁ, ପୁନେ, ରାଇଗଡା ଓ କେନ୍ଦ୍ରୀୟ ମହାରାଷ୍ଟ୍ରର କିଛି ଅଞ୍ଚଳରେ ଶନିବାର ମୌସୁମୀ ପ୍ରବେଶ କରିଛି । ଫଳରେ ସେସବୁ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଆଇଏମ୍‌ଡିର ସୂଚନା ଅନୁସାରେ କେନ୍ଦ୍ରୀୟ ମୁମ୍ବାଇରେ ୨୫.୬୬ ମିଲିମିଟର ବର୍ଷା ହୋଇଥିଲା ବେଳେ ପୂର୍ବ ଓ ପଶ୍ଚିମ ମୁମ୍ବାଇରେ ଯଥାକ୍ରମେ ୨୧.୬୪ ଏବଂ ୩୪.୧୮ ମି.ମି. ବର୍ଷା ହୋଇଛି । ପବନ ଯୋଗୁ କେତେକ ସ୍ଥାନରେ ବଡବଡ ଗଛ ଉପୁଡି ରାସ୍ତା ଉପରେ ପଡିଥିବା ଜଣାପଡିଛି ।

Leave A Reply

Your email address will not be published.