ଜମି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଶିମିଳିପାଳ ପାଦଦେଶରେ ଥିବା ଗୁରୁଗୁଡିଆ ପଞ୍ଚାୟତ ସାହାରପାଟ ଗାଁରେ ଜମିଜମା ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟି ସାନ ଭାଇର ପରିବାର ଆକ୍ରମଣରେ ବଡ଼ ଭାଇ ଗୁରୁତର ହୋଇଥିବା ଖବର ମିଳିଛି । ସୂଚନାନୁଯାୟୀ, ଯଶୀପୁର ଥାନା ଗୁରୁଗୁଡିଆ ପଞ୍ଚାୟତ ସାହାରପାଟ ଗାଁର ତ୍ରିଲୋଚନ ଦେହୁରୀ ଓ ସର୍ବେଶ୍ୱର ଦେହୁରୀଙ୍କ ମଧ୍ୟରେ ଦୀର୍ଘଦିନ ହେବ ଜମି ବିବାଦ ଲାଗି ରହିଥିଲା । ଶନିବାର ରାତିରେ ଦୁଇ ଭାଇଙ୍କ ମଧ୍ୟରେ ପୁଣି ଥରେ ପାଟିତୁଣ୍ଡ ଲାଗିଥିଲା । ଏଥିରେ ସର୍ବେଶ୍ଵରଙ୍କ ସ୍ତ୍ରୀ ସୁନା ଦେହୁରୀ ଓ ପୁଅ ଶୁକ ଦେହୁରୀ ଉତ୍ତ୍ୟକ୍ତ ହୋଇ ବଡ଼ଭାଇଙ୍କୁ ଠେଙ୍ଗାରେ ମାଡ଼ମାରି ମୁଣ୍ଡ-ହାତକୁ ପଥରରେ ବାନ୍ଧି ନଦୀକୁ ଠେଲି ଦେଇଥିଲେ । ତ୍ରିଲୋଚନ ମରିଯାଇଛନ୍ତି ଭାବେ ସେମାନେ ଘରକୁ ଚାଲିଆସିଥିଲେ । ରବିବାର ସକାଳ ଗାଁ ଲୋକେ ନଦୀକୂଳରୁ ତ୍ରିଲୋଚନକୁ କ୍ଷତାକ୍ତ ଅବସ୍ଥାରେ ପଡିଥିବା ଦେଖି ତୁରନ୍ତ ଏନେଇ ଯଶୀପୁର ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତ୍ରିଲୋଚନକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ସେପଟେ ୩ଜଣ ଆକ୍ରମଣକାରୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.