jsm

ଶ୍ରୀକ୍ଷେତ୍ର ପୁରୀରୁ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାରର ରାଜ୍ୟ ପରିକ୍ରମା

csstore

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପବିତ୍ର ଶ୍ରୀକ୍ଷେତ୍ରଧାମ ପୁରୁଷୋତ୍ତମ କ୍ଷେତ୍ର ପୁରୀରୁ ବରଗଡ଼ର “ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର”ର ରାଜ୍ୟ ପରିକ୍ରମା ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ପ୍ରଥମ ପିଲାଙ୍କ ଖବର କାଗଜ “ଶିଶୁ ସମାଚାର”ର ସମ୍ପାଦକ ସୁକାନ୍ତ ପଣ୍ଡାଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମର ଅୟମାରମ୍ଭ ସଫଳତାର ସହ ପୁରୀ ଗୈାଡବାଡ ସାହି ସ୍ଥିତ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି । ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାରର ଆବାହକ ଡକ୍ଟର ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର କର ପୁସ୍ତକ ହିଁ ମଣିଷକୁ ସମାଜର ଶୀର୍ଷ ସ୍ଥାନକୁ ନେଇ ଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉତ୍କଳ ବିଦ୍ଵତ ପରିଷଦର ଅଧ୍ୟକ୍ଷ ମନୋଜ ରଥ ପୁସ୍ତକ ପଠନ ବ୍ୟାକରଣ ଜ୍ଞାନ ବୃଦ୍ଧି ସହ ବ୍ୟକ୍ତିର ସୃଜନ ଶକ୍ତିକୁ ପରିମାର୍ଜିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ବରେଣ୍ୟ ଅତିଥି ସୁକାନ୍ତ ପଣ୍ଡା ଓଡ଼ିଶାରେ ପ୍ରକାଶିତ ଶିଶୁ ସାହିତ୍ୟ ପତ୍ରିକା ପଠନ ପ୍ରତି ମନୋନିବେଶ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପୁସ୍ତକ ପଠନ କାର୍ଯ୍ୟକ୍ରମରେ ଅପ୍ସଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସପ୍ସକୁନ୍ତଳା ରଥ, ରିଙ୍କି ଜେନା ଓ ମୀରା ଦେବନାଥଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରୀ ବିଜୟଲକ୍ଷ୍ମୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ଏହି ଭ୍ରାମ୍ୟମାଣ ପାଠାଗାର ତିରିଶିଟି ଜିଲ୍ଲା ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।

yuvodaya
Leave A Reply

Your email address will not be published.