oom

ଦଶମ ଶ୍ରେଣୀ ଛାତ୍ରକୁ ପାଠ୍ୟ ପୁସ୍ତକ ଯୋଗାଇ ଦେଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

jsmm

ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ପଞ୍ଚାୟତର ଝାରବନ୍ଦଲି ଗ୍ରାମର ଶ୍ରୀକାନ୍ତ ସାଗର ଦଶମ ଶ୍ରେଣୀରେ ପଢ଼ନ୍ତି । ତାଙ୍କ ପିତା ସୁଶୀଲ ସାଗରଙ୍କ ମୃତ୍ୟୁ ପରେ ପରିବାରର ବଡ ଭଉଣୀ ଓ ମା’ ନୀଳାଦ୍ରି ସାଗର ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି । ବଡ ଝିଅ +୨ରେ ଭଲ ରେଜଲ୍ଟ ରଖିବା ପରେ ମଧ୍ୟ ଅର୍ଥ ଅଭାବରୁ +୩ରେ ନାମ ଲେଖାଇ ପାରିଲେ ନାହିଁ । ଏବେ ପୁଅ ଶ୍ରୀକାନ୍ତର ପଢା ଖର୍ଚ୍ଚ ମଧ୍ୟ ତୁଳାଇବା ପାଇଁ ସକ୍ଷମ ନୁହନ୍ତି । ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ପ୍ରତିଷ୍ଠାତା ସୋମନାଥ ମିଶ୍ର ଏହି ଖବର ଜାଣିଲା ପରେ ସେ ସଂଗେ ସଂଗେ ଆଗଲପୁର ଶାଖାକୁ ଖବର ଦେଇଥିଲେ । ଆଗଲପୁର ଶାଖାର ସଂଯୋଗ କୁମାର ସାହୁ, ବୁଦ୍ଧଦେବ ସାହୁ, ଲକ୍ଷ୍ମୀକାନ୍ତ ସାହୁ, ସ୍ଥାନୀୟ ସଦସ୍ୟ କୁଶ ସେଠ, ସୁଜିତ କର୍ଣ୍ଣ ତାଙ୍କ ଘରକୁ ଯାଇ ଦଶମ ଶ୍ରେଣୀରେ ପଢ଼ୁଥିବା ଶ୍ରୀକାନ୍ତଙ୍କ ପାଇଁ ଆବଶ୍ୟକୀୟ ପାଠ୍ୟ ପୁସ୍ତକ, ଟେଷ୍ଟପେପର, ଖାତା କଲମ ଦେବା ସହ ଆଗକୁ ମଧ୍ୟ ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

jittmm
Leave A Reply

Your email address will not be published.