om academy

କବିତା : ଆଖି ଖୋଲିଲା ବେଳକୁ

jsm

ଶୁଭ୍ରାଂଶୁ ଶେଖର ପଂଡା

ସୂର୍ଯ୍ୟୋଦୟରୁ କଅଁଳ ଖରା ଟିକକ
ମୋ ଘରର ଅଗଣାରେ ବିସ୍ତାରିଛି
ଶାନ୍ତ ନିରବ ପରସ କେଉଁ କାଳୁ
ମୋତେ ଛୁଇଁବାର ପ୍ରୟାସ କରୁଛି
ମୋ ଆଖି ଖୋଲିଲା ବେଳକୁ
ତୁମ ହାତରେ ଚାହାକପ୍
ନିଶବ୍ଦ ପ୍ରହରକୁ ବିଗାଡୁଛି
ପକ୍ଷୀମାନଙ୍କ କିଚିରି ମିଚିରି କଳରବରେ ତମାମ୍ ମୁହୁର୍ତ
ଓଲଟ ପାଲଟ ସବୁ ତୁମ ହାତର
ଚାହା କପ୍ ଅଦୃଶ୍ୟ ରେ ରୋମାନ୍ଚିତ
କରିବାର ସକଳ ପ୍ରାରମ୍ଭିକତା
ହୃଦୟ ର କମ୍ପନ ସଳଖି ଯିବାର ଆରମ୍ଭ ଏବେ ଏବେ
ମୋର ଆଖି ଖୋଲିବାର ବେଳକୁ
ବିଗତ ରାତ୍ରି ର ସପ୍ନ ମାନେ
ତୁମ ଆଖିର ଶବ୍ଦ କୋଷ ରେ
ଜରାଜିର୍ନ ମୋର ସବୁ ଅବୟବ
ତଥାପି ପକ୍ଷୀ ଉଡିବାର ଶବ୍ଦ
ସୁଚାଇ ଦେବାର ଆରମ୍ଭ କରିଛି
ହେନା ଏବଂ ଜୁଇ ର ବାସ୍ନା
କବଳିତ କରୁଛି ଅଗଣା ର ସୁନ୍ଦରପଣ ରେ ତୁମ ଚାହାକପ୍
ମୋର ନିଦଭରା ଆଖି ଖୋଲିବାର
ବେଳହେଲା ଅତର୍କିତ ତୁମ ହାତର
କଙ୍କଣ ର ଝଣଝଣ ଶବ୍ଦ ରେ
ମୁ କବଳିତ ଏବେ ଚା କପ୍ ର
ଗରମ ବାମ୍ଫରେ ମୋର
ନିରିହ ପଣରେ !!

ବିପିନ ନିବାସ, ପେଲେସ ଫିଲ୍ଡ
ବଲାଙ୍ଗିର

Leave A Reply

Your email address will not be published.