oom

ତୁରେକେଲା ବ୍ଲକ ତୈଳିକ ବୈଶ୍ୟ ସମାଜର ସାଙ୍ଗଠାନିକ ସଭା

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ଲୁର୍କି ଠାରେ ବ୍ଲକ ସଭାପତି ରାଜେନ୍ଦ୍ର ସାହୁଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଜିଲ୍ଲା ସଭାପତି ଉମାକାନ୍ତ ସାହୁ, ସମନ୍ୱତତ ଅତିଥି ଜିଲ୍ଲା ସମ୍ପାଦକ ପ୍ରଦୀପ ସାହୁ, ମହେନ୍ଦ୍ର ସାହୁ, କୃଷ୍ଣ ସାହୁ, ଆନନ୍ଦ ସାହୁ ଯୋଗ ଦେଇ ସମାଜର ଏକତା ଓ ଐତିହ୍ୟ ପରମ୍ପରା ସହିତ ଶିକ୍ଷାର ବିକାଶ ପାଇଁ ମତ ପୋଷଣ କରିଥିଲେ । ବ୍ଲକ୍ ପର୍ଯ୍ୟବେକ୍ଷକ ଜିଲ୍ଲା ଉପସଭାପତି ଅଭୟ ସାହୁ, ବଙ୍ଗୋମୁଣ୍ଡାର ବ୍ଲକ୍ ସଭାପତି ଗଣେଶ ସାହୁ ମୁରିବହାଲ ସମ୍ପାଦକ ହେରାମ୍ ସାହୁ ଉପସ୍ଥିତ ରହି କମିଟିର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ଏକ ନୂତନ କମିଟି ଗଠନ କରାଗଲା । ନୂତନ କମିଟିରେ ବ୍ଲକ୍ ସଭାପତି ରୂପେ ବାଳକୃଷ୍ଣ ସାହୁ, ଉପସଭାପତି ଭାବେ ଦୁର୍ଗା ସାହ, ସମ୍ପାଦକ ଭାବେ ଅଚ୍ୟୁତ ସାହ, ଉପସମ୍ପାଦକ ଭାବେ ସୁଦାମ ସାହୁ, କୋଷାଧ୍ୟକ୍ଷ ଭାବେ ପ୍ରତାପ ସାହୁ, ଅଡିଟର ଭାବେ ରାହଁଶ ସାହୁ, ସଂଗଠକ ଭାବେ ଭୀଷ୍ମ ସାହୁ ନିର୍ବାଚିତ ହୋଇଥିଲେ ଏବଂ ଭୁକର ସାହୁ, ହରେରାମ ସାହୁ, ପୁରୁଷୋତ୍ତମ ସାହୁ, ରାଜକିଶୋର ସାହୁ, ରଥିରମ୍ ସାହୁ, ଦଶମୁଁ ସାହୁ ଓ ଦୁଃଶାସନ ସାହୁ ଉପଦେଷ୍ଟା କମିଟି ଭାବରେ ମନୋନୀତ ହୋଇଥିଲେ ଶେଷରେ ନବ ନିର୍ବାଚିତ ସମ୍ପାଦକ ଅଚ୍ୟୁତ ସାହୁ ଧନ୍ୟବାଦ୍ ଦେଇ ସଭାକାର୍ଯ୍ୟକୁ ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.