jayashree

ରକ୍ତଦାନ କଲେ ଯୁବ କୁଲୁତା ସମାଜର ଦୁଇ ସଦସ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗଲପୁର ବ୍ଲକ ଖୁଟୁଲିମୁଣ୍ଡା ଗ୍ରାମର ଅଞ୍ଜଳି ପ୍ରଧାନ (୨୪) ଗତ ୫ ଦିନ ହେଲା ବଲାଙ୍ଗିର ଭୀମ ଭୋଇ ମେଡିକାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ ପରିମାଣ ୪.୫ ଥିବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରମର୍ଶ ଦେଇଥିଲେ । ଅଞ୍ଜଳି ପ୍ରଧାନଙ୍କ ବାପା ୪ ଦିନ ହେଲା ରକ୍ତ ପାଇଁ ରକ୍ତ ଭଣ୍ଡାର ତଥା ଅନେକ ଲୋକଙ୍କୁ ରକ୍ତ ପାଇଁ ସହଯୋଗ ମାଗିଥିଲେ ମଧ୍ୟ ରକ୍ତ ପାଇ ନ ପାରି ନିରୁତ୍ସାହ ହୋଇ ପଡିଥିଲେ । ଶେଷରେ ଆଜି ପଞ୍ଚମ ଦିନରେ ଜିଲ୍ଲା ଯୁବ କୁଲୁତା ସମାଜ ପାଖକୁ ଏହି ଖବରଟି ପହଞ୍ଚିଲା । ଖବର ପାଇବା ମାତ୍ରେ ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଇନ୍ଦିରାନଗରର ରମେଶ ଭୋଇ ଓ ଆଗଲପୁର ବ୍ଲକର ବିରେନ୍ଦ୍ର ପ୍ରଧାନ ଆସି ରକ୍ତଦାନ କରିଥିଲେ । ପ୍ରକାଶ ଥାଉକି ବଲାଙ୍ଗିର ବ୍ଲଡ ବ୍ୟାଙ୍କରେ ବି ପୋଜିଟିଭ୍‌ ରକ୍ତ ଗଚ୍ଛିତ ନ ଥିବା ବ୍ଲଡ ବ୍ୟାଙ୍କ କର୍ମଚାରୀ ଗଣ କହିଥିଲେ ଯଦ୍ୱାରା ଏହି ରକ୍ତର ଆବଶ୍ୟକତା ହେଉଥିବା ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରକ୍ତଦାନ ସମୟରେ ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ଜିତେନ୍ଦ୍ର ବିଶ୍ୱାଲ, ମୁକେଶ ପ୍ରଧାନ ଓ ଗୋବର୍ଦ୍ଧନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.