ଖପ୍ରାଖୋଲ ସରକାରୀ ନୋଡାଲ ହାଇସ୍କୁଲରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା ) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ସରକାରୀ ନୋଡାଲ ହାଇସ୍କୁଲ ପରିସରରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଆର.ବି.ଏସ୍‌.କେ ଏମୋ ମଧୁମିତା ମେହେର ମାସିକ ଋତୁସ୍ରାବରେ ନିଜକୁ ସ୍ୱଚ୍ଛତା କିପରି ରଖିବା ତା ଉପରେ ଆଲୋକପାତ କରିଥିଲେ । କୁଇଜ ଓ ପେଣ୍ଟଟିଙ୍ଗ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଭାରତୀ କନ୍ଦରପାଲ , ଦ୍ୱିତୀୟ ସ୍ଥାନ ସରିତା ସୁନା , ତୃତୀୟ ସ୍ଥାନ ଗୀତାଞ୍ଜଳି ପୋଡ଼ ଆଦି ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ଏବଂ ପେଣ୍ଟଟିଙ୍ଗ୍‌ ପ୍ରତିଯୋଗିତାରେ ମମତା ବରିହାଙ୍କୁ ସାର୍ଟିିପିକେଟ ପ୍ରଦାନ କରାଯାଇଥିଲା । ଏହି ଦିବସରେ ଆର୍‌.ବି.ଏସ୍‌.କେ ଏମୋ ମଧୁମିତା ମେହେର , କସ୍ତୁରବା ବିଦ୍ୟାଳୟର ହଷ୍ଟେଲ ଖପ୍ରାଖୋଲ ଇନଚାର୍ଜ ବାସନ୍ତୀ ଛୁରା , ୱର୍ଡନ ଅମିତା ମହାପାତ୍ର , ପି.ଟି.ଟି ରିତା ସାହୁ ଓ ରିତା ବେହେରା , ସେବା ଜଗତ ସଂଗଠନର ବ୍ଲକ ସୁପରଭାଇଜର ବିଶ୍ୱନାଥ ବନଛୋର ଏବଂ କିଶୋରୀ ବାଳିକାମାନଙ୍କ ସମେତ ସ୍କୁଲ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.