ଶକ୍ତି ମନ୍ତ୍ରୀଙ୍କ ସହ ତ୍ରିନିଦାଦ୍‌ ରାଷ୍ଟ୍ରଦୂତଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତ୍ରିନିଦାଦ୍‌ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଅରୁଣ କୁମାର ସାହୁ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ତାଙ୍କ ସରକାରୀ ବାସ ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ତାଙ୍କର ଏହି ସାକ୍ଷାତ ସମୟରେ ତ୍ରିିନିଦାଦ୍‌ରେ ରହୁଥିବା ଭାରତୀୟମାନଙ୍କ ସାମାଜିକ, ଅର୍ଥନୈତିକ ତଥା ସାଂସ୍କୃତିକ ଜୀବନଶୈଳୀ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଏଥିସହିତ ତାଙ୍କର ଜନ୍ମସ୍ଥାନ ଦେବଗଡ ଜିଲ୍ଲାର ସର୍ବାଙ୍ଗୀନବିକାଶ ଦିଗରେ କି ପ୍ରକାର ପଦକ୍ଷେପ ସବୁ ନିଆଯାଇପାରେ ତାହା ସେ ଆଲୋଚନା କରିଥିଲେ । ତେବେ ଏହି ସାକ୍ଷାତ କେବଳ ସୌଜନ୍ୟମୂଳକ ଥିବା ସେ କହିଥିଲେ । ପରେ ସେ ସେଠାରୁ କିଟ୍‌ରେ ଏକ ସେମିନାର୍‌ରେ ଯୋଗଦେବାକୁ ଯାଇଥିଲେ ।

Leave A Reply

Your email address will not be published.