ଗାଁ ଆମ୍ବ ପସରା ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ସଦା ସର୍ବଦା ଆଗରେ । ବରଗଡ଼ ଜିଲ୍ଲାର ଆମ୍ବ ଚାଷୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦିତ ଦ୍ରବ୍ୟର ବଜାରକରଣ ପାଇଁ ଆଜି ବରଗଡ଼ ବ୍ଲକ ଅଫିସ ସମ୍ମୁଖରେ ‘ଗାଁ ଆମ୍ବ ପସରା’ ଷ୍ଟଲ୍‌କୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଓରମାସ ଓ ଆର୍‌ଏମ୍‌ସି, ବରଗଡ଼ ପକ୍ଷରୁ ଆୟୋଜିତ ଏହି ଆମ୍ବ ପସରାରେ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ଆମ୍ବ ସେଠାରେ ଉପଲବ୍ଧ ହେଉଛି । ଏଠାରେ ବିଶେଷ କରି ଜୈବିକ ପଦ୍ଧତିର ପାକଳ ହେଉଥିବା ଆମ୍ବ ବିକ୍ରି ହେଉଥିବା ବେଳେ ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳିପାରିବ ବୋଲି ଜିଲ୍ଲାପାଳ କହିଥିଲେ । ଆଜିର ଆମ୍ବ ପସରାରେ ୧୪ ଉନ୍ନତ କିସମର ଆମ୍ବ ବିକ୍ରି ପାଇଁ ଉପଲବ୍ଧ ହେଉଥିବା ଓରମାସର ମୁଖ୍ୟ ରାଜ ଗୋପାଳ ଦାସ ସୂଚନା ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ମିଶନ ଶକ୍ତିର ଡିପିସି ଅନୀଲ ଦହଙ୍ଗା, ଉଦ୍ୟାନବିତ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଆର୍‌ଏମ୍‌ସି ସମ୍ପାଦକ ସଦାକର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ତୋରା, ଜର୍ମୁଡାର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ସହ ଭଟଲି, ବାଲିଯୁରୀ, ପାଇକମାଳ, ଧଉରାଖନ୍ଦା ଗ୍ରାମର ଚାଷୀମାନେ ନିଜ ଉତ୍ପାଦିତ ଆମ୍ବ ବିକ୍ରି ପାଇଁ ଆଣିଥିଲେ ।

Leave A Reply

Your email address will not be published.