jsm

ଆର୍‌.ଡି. ରୋଡରୁ ଅଶୋକା ବିଲଡ଼କନ ଟିକସ ଆଦାୟ ବନ୍ଦ ହେଲା

csstore

ବରଗଡ, (ସସ୍ମିତା ପ୍ରଧାନ) : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଉପଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ହାଇୱେ ୟୁଜର୍ସ ଫୋରମ୍‌ର ସଦସ୍ୟ ମାନଙ୍କ ଉପସ୍ଥିତିରେ ଆର୍‌ ବି ରାସ୍ତାରୁ ବେଆଇନ ଟୋଲ ଟେକ୍ସ ଆଦାୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଡେପୁଟି କଲେକଟର ଶ୍ରୀମତୀ ସୁମତି ପଣ୍ଡା, ଅତିରିକ୍ତ ଏସ.ପି. ପ୍ରଦ୍ୟୁମ୍ନ ମିଶ୍ର, ଏସ୍‌.ଡି.ପି.ଓ ଦୀପକ ଗୋଛାୟତ, ବରଗଡ ମ୍ୟୁନିସିପାଲିଟି ଇ.ଓ. ନାରାୟଣ ଦଣ୍ଡସେନା, ଆର୍‌.ଡି.ଏକ୍‌ଜୁକୁଟିଭ ଇଞ୍ଜିନିଅର ସଞ୍ଜୟ ମିଶ୍ରଙ୍କ ଉପସ୍ଥିତିରେ ଏକ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । ଏହି ବୈଠକରେ ହାଇୱେ ୟୁଜର୍ସ ଫୋରମ ତରଫରୁ ଇଂ ଦେବବ୍ରତ ମିଶ୍ରଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ଦଳ ଓ ଏନ୍‌.ଏଚ୍‌.ଏ .ଆଇ ଓ ଅଶୋକା ବିଲଡ଼କାନ ତରଫରୁ ତାଙ୍କ ପ୍ରତିନିଧିମାନେ ହାଇୱେ ୟୁଜର୍ସ ଫୋରମ ତରଫରୁ ହୋଇଥିବା ଅଭିଯୋଗ ଉପରେ ଆଲୋଚନା କରିଥଲେ । ଏଥିରେ ଫୋରମର ମୁଖ୍ୟ ଦାବୀ ଆର .ଡି .ରୋଡ ଉପରେ ଜବରଦସ୍ତି କରୁଥିବା ଟୋଲ ଆଦାୟକୁ ବନ୍ଦ କରିବା ପାଇଁ ଦାବକୁ ପ୍ରଶାସନ ମାନିନେଇ ଏହି ଟୋଲ ଆଦାୟକୁ ସନ୍ଧ୍ୟା ସୁଧା ବନ୍ଦ କରି ରାସ୍ତା ଉପରେ କରିଥିବା ବେରିକେଟକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ଦାବୀଗୁଡିକ ମଧ୍ୟରେ ସର୍ଭିସ ରୋଡକୁ ସମ୍ପୂର୍ଣ୍ଣ କରିବା, ରାସ୍ତାରେ ଯାତ୍ରୀଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା, ଆବଶ୍ୟକ ସ୍ଥାନରେ ବିଜୁଳି ବ୍ୟବସ୍ଥା, ବାଇପାସ, ଅଣ୍ଡର ପାସ ଇତ୍ୟାଦି ତିଆରି କରିବା ଓ ଜରୁରୀକାଳୀନ ସେବା ଯେପରିକି ଡିସ୍ପେନ୍ସାରୀ, ପ୍ରାଥମିକ ଚିକିତ୍ସା, ହେଲ୍ପ ସେଣ୍ଟର ଖୋଲିବା ଓ ରାସ୍ତାକୁ ଟୋଲ ଷ୍ଟାଣ୍ଡାର୍ଡ ହିସାବରେ ତିଆରି କରାଯାଇ ଟୋଲଗେଟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

yuvodaya
Leave A Reply

Your email address will not be published.