ବିଦେଶୀ ନକଲି ମଦ ଜବତ ଘଟଣାର ମୁଖ୍ୟ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ

  • ଶୁଆଁ ଖାଇଲାଧାନ ବଗ ପଡିଛେ ଧରା : କୋଶଳ ମୁକ୍ତି ମୋର୍ଚ୍ଚା

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତକାଲି ପାଟଣାଗଡ଼ ଅବକାରୀ ବିଭାଗ ଓ ଅବକାରୀ ଭିଜିଲାନ୍ସ ବିଭାଗ ସମ୍ବଲପୁରର ମିଳିତ ଚଢ଼ାଉରେ ଖପ୍ରାଖୋଲ ଓ ପାଟଣାଗଡ଼ ବିଦେଶୀ ମଦ ଦୋକାନରୁ ବିପୁଳ ପରିମାଣର ବିଦେଶୀ ନକଲି ମଦ ଜବତ କରାଯାଇଛି । ଏଥିରେ ପାଟଣାଗଡ଼ ଓ ଖପ୍ରାଖୋଲ ଦୁଇ ବିଦେଶୀ ମଦ ଦୋକାନର ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ମହା ଘୋଟାଲାରେ ମୁଖ୍ୟ ଅଭିଯୁକ୍ତକୁ ଛାଡ଼ି ନିରୀହ କର୍ମଚାରୀଙ୍କୁ କାର୍ଯ୍ୟାନୁଷ୍ଠାନ କେତେ ଦୂର ଯୁକ୍ତିଯୁକ୍ତ ବୋଲି କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ କୁହାଯାଇଛି । ଅବକାରୀ ବିଭାଗର ଇଛାଶକ୍ତିର ଅଭାବ ଯୋଗୁଁ ପାଟଣାଗଡ଼ ଅଞ୍ଚଳରେ ଦୈନନ୍ଦିନ ନକଲି ମଦ, ଦେଶୀ ରନ୍ଧା ମଦ ବଢ଼ି ବଢ଼ି ଚାଲିଛି ବେଲି କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ କୁହାଯାଇଛି । ଏହି ମହା ଘୋଟାଲାର ଫର୍ଦଫାସ କରିବା ପାଇଁ ଆଜି କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ଅବକାରୀ ଅଧିକ୍ଷକ ବଲାଙ୍ଗିରଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳ ପାଟଣାଗଡ଼ଙ୍କୁ ଓ ଉପ ଆରକ୍ଷୀ ଅଧିକାରୀ ପାଟଣାଗଡ଼ଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଏହା ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଉପ ଅବକାରୀ ବିଭାଗ ପାଟଣାଗଡ଼ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.