ଆଇଟିଏଫ୍ ଟାଇକୋଣ୍ଡୋରେ ଓଡ଼ିଶାକୁ ସଫଳତା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଚଳିତ ମାସ ୨୧ – ୨୨ ଦୁଇ ଦିନ ଧରି ଟାଇକୋଣ୍ଡୋ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ଅନୁକୂଲ୍ୟରେ ୩୧ତମ ଉତ୍ତର ଓ ପୂର୍ବ କ୍ଷେତ୍ରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ହିମାଚଳ ପ୍ରଦେଶର ଡଲହାଉସୀ ୟୁଥ୍ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ନ୍ୟାୟାଧୀଶ ଜଗନ ଠାକୁର ଓ ଚମ୍ବାର ଡେପୁଟି କମିଶନର ଧୁନି ଚାନ୍ଦ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଡଲହାଉସୀର ଷ୍ଟେସନ କମାଣ୍ଡର ପ୍ରଦୀପ ଭରଦ୍ୱାଜ ଉଦ୍‌ଯାପନୀ ଅଧିବେଶନର ଅତିଥି ରୂପେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ପ୍ରତିଯୋଗିତାରେ ୧୦ଟି ରାଜ୍ୟର ୩୩୬ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଥାର୍ଡ ଡାନ ବ୍ଲାକବେଲ୍ଟ ଓଡ଼ିଶା କୋଚ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ନେତୃତ୍ବରେ କଳିଙ୍ଗ ଯୋଦ୍ଧା ଟାଇକୋଣ୍ଡୋ ଏକାଡେମୀରେ ପ୍ରଶିକ୍ଷିତ ୬ ଜଣ ପ୍ରତିଯୋଗୀ ୪ଟି ବର୍ଗରେ ଭାଗ ନେଇ ୧ଟି ସ୍ଵର୍ଣ୍ଣ, ୩ଟି ରୌପ୍ୟ ଓ ୩ଟି ତାମ୍ର ପଦକ ସହ ସର୍ବମୋଟ ୭ଟି ପଦକ ଜିତିଥିଲେ । ବ୍ୟକ୍ତିଗତ ସ୍ପାଇରିଙ୍ଗ ମହିଳା ବିଭାଗରେ ଶୁଭ୍ରାଶିନୀ ମହାଲିଙ୍ଗ ସ୍ଵର୍ଣ୍ଣ, ଜାଗୃତି ପ୍ରିୟଦର୍ଶିନୀ ନାୟକ ରୌପ୍ୟ, ସାନିଧି ଦାସ ରୌପ୍ୟ, ପୁରୁଷ ବିଭାଗରେ ସାର୍ଥକ ସାହୁ ରୌପ୍ୟ, ଶ୍ରୀରଙ୍ଗ ଓଁକାର ଦେବ, ଶୋଭନ ପୂଜାରୀ ତାମ୍ର ପଦକ ପାଇଥିବା ବେଳେ ବ୍ୟକ୍ତିଗତ ତୁଲ୍ସରେ ଏକ ମାତ୍ର ତାମ୍ର ପଦକ ହାସଲ କରିଥିଲେ ଶୋଭନ ପୂଜାରୀ । ଓଡ଼ିଶାର ଏହି ସଫଳତା ପାଇଁ ପ୍ରତିଯୋଗୀମାନଙ୍କୁ ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସମୂହର ଅଧ୍ୟକ୍ଷ ଡଃ ବଦ୍ରିନାଥ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.