କେନ୍ଦ୍ରାପଡ଼ା-ଗଣ୍ଡକିଆ ରାସ୍ତା ନିକଟରେ ଜେସିବି ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାରୁ ୧୫ ଯାତ୍ରୀ ଆହତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା-ଗଣ୍ଡକିଆ ରାସ୍ତାର ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଜେସିବି ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାରୁ ୧୫ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ତେବେ ଆହତ ମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, କଣ୍ଟାବଣରୁ ଭୁବନେଶ୍ୱର ଯାଉଥିବା ବିଟି ନାମକ ଏକ ଯାତ୍ରୀବାହୀ ବସ୍ କେନ୍ଦ୍ରାପଡ଼ା-ଗଣ୍ଡକିଆ ରାସ୍ତାର ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଜେସିବି ସହ ମୁହାଁମୁହିଁ ଧକ୍କା ହୋଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା । ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

Leave A Reply

Your email address will not be published.