ପୁରେନାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୁରେନା ଗ୍ରାମବାସୀଙ୍କ ଉଦ୍ୟମରେ ତିନିଦିନ ବ୍ୟାପୀ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ ଦିନରେ ଶିବ ମନ୍ଦିର ବନ୍ଧ ମଧ୍ୟରୁ ୧୦୮ ପବିତ୍ର ପୂର୍ଣ୍ଣ କଳସ ଆଣି ଏକ ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ, ବାଦ୍ୟ ଖୋଲ ତାଲ ସଂର୍କିର୍ତ୍ତନ୍ୟ ନୃତ୍ୟ ପରିବେଷଣରେ ନଗର ପରିକ୍ରମା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ ସହ ପୂଜାର୍ଚ୍ଚନା ଓ ଦେବ ଆବାହନ କରି ଯଜ୍ଞମଣ୍ଡପରେ ପୁରେନା ସଂକୀର୍ତ୍ତନ ଦଳ ପକ୍ଷରୁ ଅଧିବାସ କରି ନାମାରମ୍ଭ ହୋଇଥିଲା । ଆସନ୍ତା ୨୭ ଶୁକ୍ରବାର ଦିନ ନାମ ସମାପନ ସହ ପୂର୍ଣ୍ଣାହୁତି ନଗର ପରିକ୍ରମା, ଦଧିହାଣ୍ଡି ଭଗ୍ନ, କଳସ ବିସର୍ଜନ ଆଦି କାର୍ଯ୍ୟକ୍ରମ ରହିଛି । ଏହି ଷୋହଳ ପ୍ରହର ନାମଯଜ୍ଞରେ ଯଜ୍ଞକର୍ତ୍ତା ଭାବେ ଜ୍ଞାନ ରଞ୍ଜନ ମହାନ୍ତି ତାଙ୍କ ଧର୍ମପତ୍ନୀ ଝରଣା ଦାସ କାର୍ଯ୍ୟନିର୍ବାହ କରିଥିଲେ । ମୁଖ୍ୟ ପଣ୍ଡିତ ତରଣୀ ସେନ ଦାସ, ପୁର୍ଣ୍ଣଚନ୍ଦ୍ର ଦାସ ପୂଜାର୍ଚ୍ଚନା କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଯଶଦିଓ ସିଂ, ଜଗବନ୍ଧୁ ରାଉତରାୟ, ଗଣପତି ଦାଉ, ମୋତିଲାଲ ଧରୁଆ, ଜୀତେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ନାଏକ, କିର୍ତ୍ତନ ଦାଉ, ସୁରେଶନ ଭୋଇ, ପଦ୍ମଲୋଚନ ବିନାଟ, ଲବୁରୁ ହଂସ, ଆନନ୍ଦ ପୁଟା, ଖଗେଶ୍ୱର କରେଇ, ହରେକୃଷ୍ଣ ଡନସନା, ଖଗେଶ୍ବର ଧରୁଆ, ଦେବାନନ୍ଦ ପୁଟା, ଦୟାନନ୍ଦ ମାଝୀ, କରୁଣାକର ଡନସନା ପ୍ରମୁଖଙ୍କ ସମେତ ପୁରେନା ଗ୍ରାମବାସୀ ସହଯୋଗ କରିଛନ୍ତି ।

jittmm
Leave A Reply

Your email address will not be published.