ପ୍ରଶାସନ ପକ୍ଷରୁ ହରିଶଙ୍କରରେ ପଡ଼ିଥିବା ଅଳିଆ ଆବର୍ଜନା ସଫେଇ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥସ୍ଥଳୀ ହରିଶଙ୍କର ଠାରେ ଆୟୋଜିତ ହରିଶଙ୍କର ମହୋତ୍ସବ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଶେଷ ହେବା ପରେ ସେଠାରେ ପଡ଼ିଥିବା ଅଳିଆ ଆବର୍ଜନା ସଫାକରାଯାଇନଥିଲା । ଏନେଇ ସବିଶେଷ ଖବର ପ୍ରକାଶ ପାଇଥିଲା । ଏନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପାଟଣାଗଡ଼ ଦେବୋତ୍ତର ବିଭାଗ ପକ୍ଷରୁ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ପ୍ରଶାସକ ଅଧିକାରୀ ମାନେ ହାତରେ ଝାଡୁ ଧରି ପରିବେଶକୁ ସ୍ୱଚ୍ଛ ନିର୍ମଳ ରଖିବାକୁ ବାର୍ତ୍ତା ଦେଇଥିଲେ । ପାଟଣାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହ ଅଧିକାରୀ ଡ଼.ବିଜୟା ନନ୍ଦ ସେଠୀଙ୍କ ନେତୃତ୍ୱରେ ହରିଶଙ୍କର ଠାରେ ଏହି ସଫେଇ କାର୍ଯ୍ୟ ହୋଇଥିବା ବେଳେ ଏଥିରେ ପାଟଣାଗଡ଼ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ, ଖପ୍ରାଖୋଲ ବିଡିଓ ରଶ୍ମି ରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆ ,ଏଡିଡ଼ବ୍ଳୁଓ ଦୀପ୍ତିମନ୍ତ ଭୋଇ , ଦେବୋତ୍ତର ବିଭାଗ କ୍କର୍କ ଦିଲ୍ଲିପ ବର୍ଗତ୍ତି ଙ୍କ ସହିତ ସାମ୍ବାଦିକ ଅଭୟ ତ୍ରିପାଠୀ, କ୍ଷମାନିଧି ସାହୁ ,ପଞ୍ଚୁଦେବ ସାହୁ , ବଲରାମ ବେହେରା , ଶତୃଘନ ନାଏକ, ସାମ୍ବାଦିକ ଜ୍ୟୋତି ରଞ୍ଜନ ପଣ୍ଡା , ପଞ୍ଚାନନ ପ୍ରଧାନ, ମନ୍ଦିର ମ୍ୟାନେଜର ଗୁପ୍ତେଶ୍ୱର କୁଅଁର , ସହକାରୀ ମ୍ୟାନେଜର ଭାଗ୍ୟବନ୍ତ ସାହୁଙ୍କ ସହିତ ଦେବୋତ୍ତର କମିଟି ସଦସ୍ୟ, ସବ୍ କମିଟି ସଦସ୍ୟ ତଥା ସ୍ବେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ହରିଶଙ୍କର ମନ୍ଦିର ଠାରୁ ଡିଅର୍‌ ପାର୍କ ପର୍ଯ୍ୟନ୍ତ ରାସ୍ତା ର ଦୁଇ ପାର୍ଶ୍ଵରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଫା କରିଥିଲେ । ଏହି ଅବସରରେ ଦେବାଳୟ ପରିବେଶକୁ ସଫା ସୁତୁରା ରଖିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ସଚେତନ ର ବାର୍ତ୍ତା ଦେଇଥିଲେ। ପ୍ରଶାସନିକ ଅଧିକାରୀ ଏହି କାର୍ଯ୍ୟରେ ସାମିଲ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହିତ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦାୟୀ ହେବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.