Monthly Archives

September 2026

ବୁଲା ଗୋରୁଗାଈଙ୍କ ଦଖଲରେ ଧାନବିଲ, ଚାଷୀ ବିଚରା କଲବଲ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଧାନବିଲରେ ଲହଡ଼ି ଭାଙ୍ଗୁଛି ଧାନ ଫସଲ । କିନ୍ତୁ ଫସଲ ପାଚିବା ପୂର୍ବରୁ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି ବୁଲା ଗୋରୁଗାଈ । ଦଳଦଳ ହୋଇ ଧାନବିଲରେ ପଶି ଫସଲ ନଷ୍ଟ କରୁଛନ୍ତି ବୁଲା ଗୋରୁଗାଈ । ବିଲରେ ଫସଲ ନଷ୍ଟ ହେଉଥିବା ବେଳେ ରାସ୍ତା ଉପରେ ଗୋଠଗୋଠ…
Read More...

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’ ଝିଅ ମୃତ : ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମୃତ ଦେହ ରଖି ପ୍ରତିବାଦ

​କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଦ୍ୟୁତ୍ ବିଭାଗ ଓ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାର ଅବହେଳା ଯୋଗୁଁ ଦୁଇଟି ମୂଲ୍ୟବାନ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଡା ଗ୍ରାମରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’ ଓ…
Read More...

ଜିଲ୍ଲା ସିନିୟର ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସେମିଫାଇନାଲରେ ନକଟାସର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଫୁଟବଲ ପ୍ରତିଯୋଗିତାରେ ଆରମ୍ଭ ହୋଇଛି କ୍ୱାଟର ଫାଇନାଲ ପର୍ଯ୍ୟାୟ । ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ୍‌ରେ ଦମଦାର ବିଜୟ ସହ ସେମିଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି…
Read More...

ଉଷୁରେ ପଦକ ବିଜେତାଙ୍କୁ ବଲାଙ୍ଗିର ମହିଳା କଲେଜ ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉଷୁ ପ୍ରତିଯୋଗିତାରେ ବଲାଙ୍ଗିରର ଦୁଇ ଛାତ୍ରୀଙ୍କ ଚମତ୍କାର ସଫଳତା । ୩୨ତମ ଓଡ଼ିଶା ରାଜ୍ୟ ଉଷୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ମହିଳା କଲେଜର ଦୁଇ ଛାତ୍ରୀ । ଝାରସୁଗୁଡ଼ାରେ ଗତ ୨୧ରୁ ୨୩ ତାରିଖ…
Read More...

ନୂଆଁଖାଇ ପାଇଁ ୩ ଦିନ ଛୁଟି : କେନ୍ଦ୍ରୀୟ ବିଦ୍ୟାଳୟ ଚୟନ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ସାରା ପଶ୍ଚିମ ଓଡ଼ିଶା । ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ପାଳିତ ହେବ ନୂଆଁଖାଇ ପର୍ବ । ଏହା ପୂର୍ବରୁ ନୂଆଁଖାଇ ପାଇଁ ବିଭିନ୍ନ ଦାବି ଉଠାଇଛି ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି…
Read More...

ଲୋଇସିଂହା ସଙ୍କୁଳ ସ୍ତରୀୟ ଯୋଗ, ସ୍ୱଦେଶୀ ଓ ମାନସାଙ୍କ କାର୍ଯ୍ୟଶାଳା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କୁଶଙ୍ଗ ଠାରେ ସଙ୍କୁଳ ସ୍ତରୀୟ ଯୋଗ, ସ୍ୱଦେଶୀ ଓ ମାନସାଙ୍କ କାର୍ଯ୍ୟଶାଳା ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ବିଦ୍ୟାଳୟର ଅଭିଭାବକ ନରେଶ ଚନ୍ଦ୍ର ହାତୀ ତଥା ତାଙ୍କ ଧର୍ମପତ୍ନୀ ନମିତା ହାତୀ ଯୋଗ…
Read More...

ଭୂଷଲାଡ ଯୁବା ମଞ୍ଚ ତରଫରୁ ଗାଁରେ ସଫେଇ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଭୂଷଲାଡ ଯୁବା ମଞ୍ଚ ତରଫରୁ ଆଜି ଗାଁରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ସଞ୍ଜିତ ସାହୁଙ୍କ ଆହ୍ୱାନ ତଥା ତେଜଭାନୁ ସାହୁଙ୍କ ନେତୃତ୍ୱରେ…
Read More...

ଆବାସ ଘର ପାଇବାରୁ ବଞ୍ଚିତ ଭିନ୍ନକ୍ଷମ ମହିଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ରତାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଡୁମେରଝରନ ଗ୍ରାମର କଞ୍ଚି ବାଗ, ବୟସ ପାଖାପାଖି ୫୦ରୁ ଅଧିକ । ଦୀର୍ଘବର୍ଷ ପୂର୍ବରୁ ବାହା ହୋଇଥିଲେ ମଧ୍ୟ ଏବେ ସେ ସ୍ୱାମୀ ପରିତ୍ୟକ୍ତା । ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ତାଙ୍କର ନିଜସ୍ୱ…
Read More...

ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ ପରିଷଦର ସ୍ୱତନ୍ତ୍ର ବୈଠକ

“ଆମ କଳାକାର” ପଞ୍ଜିକରଣ ଅବଧି ବଢାଇବା ପାଇଁ ଅନୁରୋଧ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣମନ୍ଦିର ପରିସରରେ ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲାର ଏକ ସ୍ୱତନ୍ତ୍ର ବୈଠକ ବସିଥିଲା । ବଲାଙ୍ଗିର ଜିଲ୍ଲା…
Read More...

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ସାମାଜିକ ସଂସ୍ଥା ସେୟାରର ସୁର ତରଙ୍ଗ ପକ୍ଷରୁ ମାସିକ ସଙ୍ଗୀତ କାର୍ଯ୍ୟକ୍ରମ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଭଗବାନଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଓଡ଼ିଆ ସଙ୍ଗୀତ ଜଗତର ପ୍ରସିଦ୍ଧ ସ୍ୱର୍ଗତ ପ୍ରଣବ…
Read More...