
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ସାମାଜିକ ସଂସ୍ଥା ସେୟାରର ସୁର ତରଙ୍ଗ ପକ୍ଷରୁ ମାସିକ ସଙ୍ଗୀତ କାର୍ଯ୍ୟକ୍ରମ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଭଗବାନଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଓଡ଼ିଆ ସଙ୍ଗୀତ ଜଗତର ପ୍ରସିଦ୍ଧ ସ୍ୱର୍ଗତ ପ୍ରଣବ ପଟ୍ଟନାୟକକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ମା’ଙ୍କ ବନ୍ଦନା ଓ ପ୍ରଣବ ପଟ୍ଟନାୟକଙ୍କ ଜଗନ୍ନାଥ ଭଜନରୁ ଆରମ୍ଭ ହୋଇଥିଲା । ଏହା ପରେ ସୁର ତରଙ୍ଗର ସ୍ଥାପକ ଦିଲୀପ କୁମାର ପରିଡା ସଂସ୍ଥାର ଆଗାମୀ ସଙ୍ଗୀତ କାର୍ଯ୍ୟକ୍ରମ ଓ ସମସ୍ତ ପରିବାର ଲୋକଙ୍କ ସୁର ତରଙ୍ଗର ଯାତ୍ରା ଓ ଅନୁଭୂତି ବିଷୟରେ ଆଲୋକପାତ କରିଥିଲେ । ମନୋଜ ଶାହାକୁ ତାଙ୍କର ଅବସର ପରେ ନୂତନ ଯାତ୍ରାର ଜୀବନ ପାଇଁ ସମ୍ମାନିତ ଓ ଶୁଭେଛା ଦିଆଯାଇଥିଲା । ପରେ ଅନୁଷ୍ଠାନର ଶ୍ରାବଣୀ ମହାନ୍ତି, ଦିଲୀପ କୁମାର ପରିଡା, ବିଶ୍ୱଜିତ ଲେଙ୍କା, ଇତି ପଟ୍ଟନାୟକ, ମନୋଜ୍ ଶାହା, ଜଗନ୍ନାଥ ସାହୁ, ବିଳାସିନୀ ଅଧିକାରୀ, ରମେଶ ଷଡ଼ଙ୍ଗୀ, ରାଜେନ୍ଦ୍ର ଅଗ୍ରୱାଲ, ଅନିରୁଦ୍ଧ ସାହୁ, ମିଶ୍ର, ବିମଳ ସାହୁ, ଲୀନା ସେନାପତି, ନିବେଦିତା ବେହେରା ପ୍ରମୁଖ ସୁନ୍ଦର୍ ସୁନ୍ଦର୍ ଗୀତ ପରିବେଷଣ କରିଥିଲେ । ସେୟାରର ପରାମର୍ଶଦାତା ସୁରେଶ ରାଉତରାୟ ଓ ଗୌତମ ଦାସ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲାବେଳେ ବିମଳ କୁମାର ସାହୁ ଦିଗଦର୍ଶନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଇତି ପଟ୍ଟନାୟକ ଓ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।