Yearly Archives

2024

ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର : ୭୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ଅତାବିରା ବ୍ଲକ ଟାଙ୍ଗରପାଲି ଗ୍ରାମପଞ୍ଚାୟତ ରାଜୀବ ଭବନ ଠାରେ ଆଜି ବରଗଡ଼ ଜିଲ୍ଲା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଟାଙ୍ଗରପାଲି ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଶିବିରରେ
Read More...

ଆନ୍ତର୍ଜାତିକ ବାଣିଜ୍ୟ ମେଳା ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆନ୍ତର୍ଜାତିକ ବାଣିଜ୍ୟ ମେଳା ସେକ୍ଟର ୧୩ ସ୍ଥିତ ମେଳଣ ପଡ଼ିଆ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଗୁପ୍ତା ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ଓ ଆର୍‌ଏମ୍‌ଏସ୍‌ ଆଉଟ୍‌ଡୋର୍‌ର ମିଳିତ ଆନୁକୂଲ୍ୟରେ ହେଉଥିବା ଏହି ମେଳା ମନୋଜ ନାୟକଙ୍କ ସଂଯୋଜନାରେ ଆୟୋଜିତ
Read More...

ଶ୍ରୀ ଅରବିନ୍ଦ ସ୍କୁଲରେ ହିନ୍ଦୀ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଓ
Read More...

ମା’ ତାରାତାରିଣୀ ମନ୍ଦିର କମିଟିର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ମା' ତାରାତାରିଣୀଙ୍କ ଦ୍ୱିତୀୟ ପୀଠ ସେକ୍ଟର-୬ ହିଲ୍‌ଟପ୍ ସ୍ଥିତ ମନ୍ଦିର ପ୍ରାଙ୍ଗଣରେ ପରିଷଦର ଏକ ପ୍ରସ୍ତୁତି ବୈଠକ ବିଶ୍ୱଜିତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମା'ଙ୍କ ନବ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଆଲୋଚନା
Read More...

୧୯ ନମ୍ବର ଥାନାରେ ଶାନ୍ତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୧୬ ତାରିଖ ଦିନ ପ୍ରଫେଟ୍‌ ମହମ୍ମଦଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଏକ ଶାନ୍ତି ବୈଠକ ସେକ୍ଟର- ୧୯ ଥାନାରେ ଥାନାଧିକାରୀ ସାଇପ୍ରଭା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାପୁରୁଷଙ୍କ ଜୟନ୍ତୀ ପାଳନ ବେଳେ କୌଣସି ଅସ୍ତ୍ରଶସ୍ତ୍ର, କଟୁ
Read More...

୧୪ ନଭେମ୍ବର ଭିତରେ ଆର୍‌ଏସ୍‌ପି ନିର୍ବାଚନ କର : ହାଇକୋର୍ଟ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାରେ ଟ୍ରେଡ୍‌ ୟୁନିଅନ୍‌ ସ୍ଵିକୃତି ପାଇଁ ଗତ ୧୨ ତାରିଖ ଦିନ ଓଡ଼ିଶା ଉଚ୍ଚନ୍ୟାୟାଳୟ ଆସନ୍ତା ୧୪ ନଭେମ୍ବର ୨୦୨୪ ମଧ୍ୟରେ ନିର୍ବାଚନ କରାଇବା ପାଇଁ ଆଦେଶ ଜାରି କରିଛନ୍ତି ବୋଲି ବିଏମ୍‌ଏସ୍‌ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ
Read More...

ଆଧାର କେନ୍ଦ୍ର ଅଧିକାରୀଙ୍କୁ ମାଡ ମାରିବା ଅଭିଯୋଗରେ ଜେଲ୍‌ ଗଲେ ଯୁବକ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର(ଡୁଡୁକା) ବ୍ଲକ ପରିସର ମଧ୍ୟରେ ଥିବା ଆଧାର କେନ୍ଦ୍ର ଅଧିକାରୀ ଯୁଧିଷ୍ଠିର ସାହୁଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ ସହ ଚପଲରେ ମାଡ ମାରିବା ଅଭିଯୋଗରେ କେସେଇପାଲି ଗ୍ରାମର ଶୋଭାକର ବିଶ୍ୱାଳକୁ ଆଗଲପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା
Read More...

ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡି ଯୁବକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା କଂସାପଲା ଗ୍ରାମର ଜୟନ୍ତ ବନଗୁଲା (ମଣ୍ଟୁ) (୩୬) ଆଜି ସକାଳେ ନିଜ ଗାଁରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇ ଫୁଲ ତୋଳିବା ପାଇଁ ପାଣି ଭିତରକୁ ପଶିଥିଲେ । ପୋଖରୀ ବହୁତ ଗଭୀର ଥିବାରୁ ପାଣି ଭିତରୁ ବାହାରକୁ ବାହାରି ପାରି
Read More...

ସୁଭଦ୍ରା ଯୋଜନାରେ ଆବେଦନକାରୀଙ୍କ ଠାରୁ ଟଙ୍କା ନେବା ଅଭିଯୋଗର ଜଣେ ଗିରଫ : କରାଗଲା କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୁଭଦ୍ରା ଯୋଜନା ସରକାରଙ୍କ ଏକ ପ୍ରମୁଖ ଯୋଜନା ଯାହା ମହିଳାଙ୍କ ପାଇଁ ଉଦ୍ଧିଷ୍ଟ । ଏହି ଯୋଜନାରେ ମହିଳାଙ୍କୁ ଆର୍ଥିକ ସୁବିଧା ପ୍ରଦାନ କରାଯାଉଛି । ଏହି ଯୋଜନା ପାଇଁ ଫର୍ମ ଅଙ୍ଗନୱାଡି କେନ୍ଦ୍ର, ଜନସେବା କେନ୍ଦ୍ର, ବ୍ଲକ ଆଦିରେ ମିଳୁଛି । ସୁଭଦ୍ରା
Read More...

କପିଲାଭଟା ପଞ୍ଚାୟତରେ ସଚେତନତା ପାଇଁ ବୁଲିଲା ସୁଭଦ୍ରା ରଥ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ସଚେତନତା ସୁଭଦ୍ରା ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିର କପିଲାଭଟା ସରପଞ୍ଚଙ୍କ ପ୍ରତିନିଧି ତେଜରାଜ ଭୋଇ, ନାଏବ ସରପଞ୍ଚ ଝସକେତନ ସାହୁ, ବଙ୍ଗୋମୁଣ୍ଡା
Read More...