csstore

ଆଧାର କେନ୍ଦ୍ର ଅଧିକାରୀଙ୍କୁ ମାଡ ମାରିବା ଅଭିଯୋଗରେ ଜେଲ୍‌ ଗଲେ ଯୁବକ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର(ଡୁଡୁକା) ବ୍ଲକ ପରିସର ମଧ୍ୟରେ ଥିବା ଆଧାର କେନ୍ଦ୍ର ଅଧିକାରୀ ଯୁଧିଷ୍ଠିର ସାହୁଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ ସହ ଚପଲରେ ମାଡ ମାରିବା ଅଭିଯୋଗରେ କେସେଇପାଲି ଗ୍ରାମର ଶୋଭାକର ବିଶ୍ୱାଳକୁ ଆଗଲପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାମୂତାବକ ଡୁଡୁକା ଆଧାର କେନ୍ଦ୍ର ଅଧିକାରୀ ଫଟାମୁଣ୍ଡା ଗ୍ରାମର ଯୁଧିଷ୍ଠିର ସାହୁ ଆଧାର କେନ୍ଦ୍ରରେ ଥିବାବେଳେ କେସେଇପାଲି ଗ୍ରାମର ଶୋଭାକର ବିଶ୍ୱାଳ(୩୪) ଅଚାନକ କେନ୍ଦ୍ର ଭିତରକୁ ପ୍ରବେଶକରି ଯୁଧିଷ୍ଠିର ସାହୁଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ ସହ ଚପଲରେ ମାଡ ମାରିବା ନେଇ ଆଗଲପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଆଗଲପୁର ପୋଲିସ ଅଭିଯୁକ୍ତ ଶୋଭାକର ବିଶ୍ୱାଳକୁ ଗିରଫ କରି କେସ ନଂ୧୫୨/୨୦୨୪ରେ ଏକ ମାମଲା ରୁଜୁ କରି ଲୋଇସିଂହା ଜେଏମ୍‌ଏଫ୍‌ସି କୋର୍ଟକୁ ପଠାଇ ଦେଇଥିବା ଆଗଲପୁର ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଲୋଇସିଂହା କୋର୍ଟରେ ଜାମିନ ନାମଞ୍‌ଞ୍ଜୁର ହେବାରୁ ବଲାଙ୍ଗିର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ସୂଚନାରୁ ପ୍ରକାଶ ।

jayashree
Leave A Reply

Your email address will not be published.