Daily Archives

ରାଜ୍ୟସଭା ସାଂସଦଙ୍କ କାର୍‌ ଧକ୍କାରେ ସ୍କୁଟି ଚାଳକ ମୃତ

ପାଟଣାଗଡ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନସ୍ଥ ତମିଆଁ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସାଢେ ୧୧ଟା ବେଳେ ଗୋଟିଏ ସ୍କୁଟିକୁ କାର୍‌ ଧକ୍କା ଦେଇଥିବା ବେଳେ ସ୍କୁଟି ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।…
Read More...

ଜମାକାରୀ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ଗୁଡଭେଲା, (କେପିଏନ୍‌ଏସ୍‌) : ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଞ୍ଚୟ, ଋଣ, ବୀମା ଇତ୍ୟାଦି ବ୍ୟାଙ୍କ ସେବା ଗୁଡ଼ିକର ପ୍ରତ୍ୟେକ ଦିନ ଆବଶ୍ୟକ ହୋଇଥାଏ । ବିମୁଦ୍ରାକରଣ ତଥା କୋଭିଡ୍‌ର ପରବର୍ତ୍ତୀ ସମୟରେ ଡିଜିଟାଲ କାରବାର ପ୍ରତି ଲୋକପ୍ରିୟତା ବଢ଼ି ଚାଲିଛି । ଗ୍ରାମାଞ୍ଚଳର ବାସିନ୍ଦାମାନେ…
Read More...

ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଓ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଗ୍ରୀଷ୍ମପ୍ରବାହ ଦୃଷ୍ଟିରେ ରଖି ବିଦ୍ୟାଳୟର କେବଳ ପୂର୍ବତନ…
Read More...

ଅବକାରୀ ବିଭାଗର ଚଢାଉ : ୪ ଶହ ଲିଟର ଦେଶୀ ମଦ ଜବତ, ୧୬ ଗିରଫ

ଭୁବନେଶ୍ଵର : ସାଲିଆ ସାହିର ଇଡକୋ ବସ୍ତି, ନୟାଗଡ ବସ୍ତିରେ ଅବକାରୀ ବିଭାଗ ଚଢାଉ କରିଥିବା ଜଣାପଡିଛି । ୪ ଶହ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅବକାରୀ ବିଭାଗ ୧୬ ଜଣଙ୍କୁ ଗିରଫ କରିଛି । ଏହା ସହ ୫ ହଜାର ଲିଟର ମଦ ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି ।
Read More...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବୃଦ୍ଧ ଗୁରୁତର

ମୋହନା : ବିଦ୍ୟୁତ ଆଘାତରେ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ବୃଦ୍ଧ ଜଣକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଲାଦୁର୍ମା ଗାଁର କୁନ୍ଦ୍ରା ଶବର । ସୂଚନା ଅନୁସାରେ, ବୁଧବାର ସକାଳେ କୁନ୍ଦ୍ରା ନିଜ ଘର ପାଖରେ ଥିବା କଦଳୀ ଗଛ କାଟୁଥିଲେ । କଦଳୀ ଗଛ ନିକଟରେ ଏକ ବିଦ୍ୟୁତ୍‌ ତାର ଓହଳି…
Read More...

ଓଇଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଓଏଭି ଶିକ୍ଷକ ରୁଷିଆ ମେହେର

ରେଙ୍ଗାଲି, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ଏଜୁକେସନ ସର୍ଭିସ (ଓଇଏସ) ପରୀକ୍ଷାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ଘନଶ୍ୟାମ ମେହେରଙ୍କ ପୁତ୍ର ରୁଷିଆ ମେହେର ଏହି ପରୀକ୍ଷାରେ ସଫଳତାର ସହିତ ଉତୀର୍ଣ୍ଣ ହୋଇଛନ୍ତି ।…
Read More...

ଗରିବ ଆଦିବାସୀଙ୍କ ଜମିର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ହଡପ : ପୋଲିସ ଚୁପ୍‌ ଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁର ଗ୍ରାମ ପଞ୍ଚାୟତର ଭଣ୍ଡାରଜୁରୀ ଗ୍ରାମର ପାଖାପାଖି ୧ ଶହ ଏକର ଜମିରୁ ଅଧିକ ଆଦିବାସୀମାନଙ୍କ ଜମି ଉପରେ ଝାରବନ୍ଧ ବ୍ଲକ କନ୍ଧାଡଙ୍ଗର ଗ୍ରାମର ପବିତ୍ରା ପ୍ରଧାନ ଲକ୍ଷ ଲକ୍ଷ ଟଙ୍କା…
Read More...

ସାପ କାମୁଡ଼ାରେ ଜଣେ ମୃତ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହେଲେ ପ୍ରଶାନ୍ତ କୁମାର ପଣ୍ଡା(୬୩) । ସୂଚନା ଅନୁଯାୟୀ ଭେଜିପୁଟ ଗ୍ରାମର ପ୍ରଶାନ୍ତ କୁମାର…
Read More...

ଆଳି ନୂଆବଜାର କପଡା ଦୋକାନରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡା : ଆଳି ନୂଆବଜାରରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ । ସୂଚନା ଅନୁସାରେ ସକାଳୁ ସକାଳୁ ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ନିଆଁ ଲାଗିଥିଲା । କ୍ଲଥ୍ ଷ୍ଟୋରଟି ଜଳୁଥିବା ଦେଖି ଲୋକେ ଦମକଳ…
Read More...

ଯିବେ ନୀତିନ, ଆସିବେ ରିଷିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯିବେ ନୀତିନ, ଆସିବେ ରିଷିକେଶ । ଆଇପିଏସ୍‌ ସ୍ତରରେ ଅଦଳବଦଳ ପରେ ବଲାଙ୍ଗିର ଏସ୍‌ପି ଭାବେ ରିଷିକେଶ ଖିଲାରୀ ଯୋଗଦେବେ । ଏସ୍‌ପି ନୀତିନ କୁଶଲକରଙ୍କ ଅନ୍ୟତ୍ର ବଦଳି ହୋଇଛି । ଏସ୍‌ପି କୁଶଲକରଙ୍କ ବଲାଙ୍ଗିର ଏସ୍‌ପି ଭାବେ ରହଣି ଅବଧି ମଧ୍ୟରେ ପାଖାପାଖି ୩/୪…
Read More...