csstore

ସଇଁନ୍ତଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କେରମେଲି ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ଠାରେ କପ-୨୦୨୧ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ତେବେ ଫାଇନାଲ ମ୍ୟାଚରେ ଚାଦୋତରା ଓ କେରମେଲି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଚାଦୋତରା ଦଳକୁ ୩୦ରନରେ ହରାଇ କେରମେଲି ଦଳ ବିଜୟୀ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲ ଯୋଗଦେଇ ଥିବା ବେଳେ ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ସ୍ଥାନୀୟ ସରପଞ୍ଚ ଭିମ ସେନ ସ୍ବାଇଁ, ସମାଜସେବୀ ବଜରଙ୍ଗ ଲାଲ ଅଗ୍ରୱାଲ, ଶିକ୍ଷକ କ୍ଷେତ୍ର ପତି ଜାଲ, ପୁର୍ବତନ ସୈନିକ ବିଭୁତି ଭୂଷଣ ଭୋଇ ଓ ସାରଦା ନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରି ଥିଲେ । ଅମ୍ପେୟାର୍‌ ଭାବେ ସୁଶାନ୍ତ ମାଝୀ ଓ ସୁଶାନ୍ତ ବୈଠାରୁ ଦାୟିତ୍ୱ ତୁଲେଇ ଥିବା ବେଳେ କିମିଟିର ସଦସ୍ୟ ବିକ୍ରମ ସା, ବିଜୟ ନନ୍ଦ, ଅଚ୍ୟୁତ ସେଠ, ରଞ୍ଜନ ଭୋଇ, ସୁନୀଲ ବୈଠାରୁ, ରାଜା ଭୋଇ, ସ୍ୱାଗତ ବେହେରା, ପରମା, ଦିନ, ସରୋଜ, ଆକାଶ, ରୋହିତ, ଅମିତ, ରାହୁଲ,ଟିଟୁ, ସନ୍ତୋଷ, ଗୁପ୍ତେ, ଦିନେଶ, ଗୋପୀ, ରେଶମ, ଓମ, ଆଲିସ, ଯତୀନ, ଜିତେନ, ମଦନ, କ୍ଷେତ, ସୁନୀଲ, ସୁମନ୍ତ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.