କବିତା : ଅଫେରା ବାଟ୍

ବଲ୍ଲବ ସାହୁ

ତୋର୍ ପ୍ରେମର୍ ସୁର୍‌ତା ଯେତେ
ଛାତିର ବନ୍ଦ କର୍‌ପନେ କବର୍‌ ଦେଇ
ମୁଇଁ କେନ୍ତା ବଁଚିଥିତି
କହତ….?

ମୋର ପୁଡ଼ିଗଲା ରକତ୍ ମାଉଁସ
ଯାହା ଦେଖୁଛୁ
ହେଟା ଆଏଜ୍ ଖାର୍ ଆଏ ।

ପଚ୍‌ରାବୁ ହେ ନଏଦ୍,ପର୍‌ବତ
ଫୁଲ, ଫଗୁନ୍ ବିରାନ୍‌ ବାଟ୍‌କେ
କିଏ ପଦେ କହେଲେ କାଏଁ
ଖାଲି ଯାହା ହିଁସ୍‌ରାଲେ ?

ତୁଇ ତ ସୁଖର ଦୁଲି ବସି
ଅପନେଇ ନେଲୁ ସଁସାର
ହେଲେ ମୁଇଁ….!

ଟୁଡୁ ବାହାରଲା କଥା
ବୁହିଗଲା ପାଏନ୍
କେନ୍ ଫିରସି ଯେ ?
ଅପନ୍ତରା ଆଜୀବନ ମୋହ ଭାଙ୍ଗିଦେଲା ।

ହେଲେ ତୁଇ ଯେଭେଁ ଆଏବୁ
ନେଇ ଆସ୍‌ବୁ ଆଖିର୍ ଆଁଖଲର
ଝରି ଶରାବନ୍
ଉହୁଲେଇ ବିହିଲେଇ ଦେବୁ
ମୋର ମସାନ୍‌ କୋର୍ ।

ଆର୍ କେତେ ଟାକମି
ଗାଇଦେବୁ କୁଇଲି ସଂଗେ
ମିଲନର ମଧୁର ଗୀତ୍
ମହକି ଉଠବା ପ୍ରେମ୍ ମହକନ୍
ମୁଇଁ ଶୀତଲ ହେଇଯିମି
ମୋକ୍ଷ ପାଇଯିମି
ସବୁଦିନ୍‌ ଲାଗି ।

ଡାଙ୍ଗ ବାହାଲ ଗାଇ ସିଲେଟ ବରଗଡ଼
ମୋ.ନଂ. : ୮୦୧୮୨୨୧୬୪୮

Leave A Reply

Your email address will not be published.