pakka

ମୋଦୀ ଜୀ, ଆପଣଙ୍କ ଉଦ୍ଦେଶ୍ୟ ଏବଂ ପରିବର୍ତ୍ତିତ ମନୋଭାବକୁ ବିଶ୍ୱାସ କରିବା କଷ୍ଟକର : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ନିର୍ବାଚନରେ ​​ଆସୁଥିବା ପରାଜୟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନୋଟି କେନ୍ଦ୍ରୀୟ କୃଷି ଆଇନକୁ ରଦ୍ଦ କରିବା ପାଇଁ ଘୋଷଣା କରିବା ପରେ ଶୁକ୍ରବାର ଦିନ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ମୋଦୀ ଜୀ ଆପଣଙ୍କ ଉଦ୍ଦେଶ୍ୟ ଏବଂ ପରିବର୍ତ୍ତିତ ମନୋଭାବକୁ ବିଶ୍ୱାସ କରିବା କଷ୍ଟକର । ସେ ଟୁଇଟ୍ କରି କହିଛନ୍ତି, ୬୦୦ରୁ ଅଧିକ ଚାଷୀଙ୍କ ଶହୀଦ ହେବା, ୩୫୦ ଦିନରୁ ଅଧିକ ଦିନର ସଂଘର୍ଷ, ମନ୍ତ୍ରୀଙ୍କ ପୁଅ ଚାଷୀଙ୍କୁ ଗାଡ଼ିରେ ଦଳି ମାରିଦେବା ଭଳି ଘଟଣା ପ୍ରତି ଆପଣ ଦୃଷ୍ଟି ଦେଉନାହାଁନ୍ତି । ଆପଣଙ୍କ ଦଳର ନେତାମାନେ କୃଷକମାନଙ୍କୁ ଅପମାନିତ କରି ସେମାନଙ୍କୁ ଆତଙ୍କବାଦୀ, ଦେଶଦ୍ରୋହୀ, ଗୁଣ୍ଡା ବୋଲି କହିଥିଲେ, କିନ୍ତୁ ଆପଣ ନିଜେ ଆନ୍ଦୋଳନକାରୀ ବୋଲି କହିଛନ୍ତି । ଏଣୁ ଆପଣଙ୍କୁ ବିଶ୍ୱାସ କରିବା କଷ୍ଟକର ।

Leave A Reply

Your email address will not be published.

two × 2 =