pakka

ଦୁଃଖର ବିଷୟ ଯେ, କୃଷି ଆଇନର ଲାଭ ବିଷୟରେ ଦେଶର କିଛି ଚାଷୀଙ୍କୁ ମନାଇବାରେ ସଫଳ ହୋଇପାରିଲୁ ନାହିଁ : ନରେନ୍ଦ୍ର ସିଂ ତୋମର

bbehera

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୃଷି ଆଇନ ପ୍ରତ୍ୟାହାର ଘୋଷଣା ଉପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ, ଏହି ସଂସ୍କାର ପରେ ଦେଶର କୃଷି କ୍ଷେତ୍ର ଲାଭ ପାଇବ ବୋଲି ପ୍ରଧାନମନ୍ତ୍ରୀ ନିରନ୍ତର ଚେଷ୍ଟା କରିଛନ୍ତି । ଏଥିପାଇଁ କିଛି କୃଷକ ଆପତ୍ତି ଉଠାଇଥିଲେ । ଆମେ ସେମାନଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲୁ, କିନ୍ତୁ ଆମେ ସଫଳ ହୋଇ ନଥିଲୁ । ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏହି ନିୟମକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ଆମେ ସ୍ୱାଗତ କରୁଛୁ ।

କୃଷି ମନ୍ତ୍ରୀ କହିଛନ୍ତି, ନୂତନ ଯୋଜନା ଆରମ୍ଭ ହୋଇଛି, ଯାହାର ଲାଭ ଆଜି ଚାଷୀଙ୍କୁ ଦିଆଯାଉଛି । ବହୁ ବର୍ଷ ଧରି ଅପେକ୍ଷା କରାଯାଇଥିଲା ଯେ ମୂଲ୍ୟ ୫୦ ପ୍ରତିଶତ ବୃଦ୍ଧି କରି ଏମଏସପି ଘୋଷଣା କରାଯିବା ଉଚିତ । ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ଓ କୃଷକମାନେ ଏହାର ଲାଭ ପାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସରକାର କ୍ରୟକୁ ପ୍ରାୟ ଦ୍ୱିଗୁଣିତ କରିଛନ୍ତି । ପୂର୍ବରୁ କେବଳ ଗହମ ଏବଂ ଧାନ କ୍ରୟ କରାଯାଉଥିଲା । କିନ୍ତୁ ମୋଦୀଙ୍କ ଉଦ୍ୟମରେ କପା, ଡାଲି, ତୈଳବୀଜ ଏବଂ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀର କ୍ରୟ ମଧ୍ୟ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ କିସାନ ସମ୍‌ମାନ ନିଧି ଯୋଜନା ସାରା ଦେଶରେ କ୍ଷୁଦ୍ର ଚାଷୀଙ୍କୁ ଆୟ ସହାୟତା ପାଇଁ ଘୋଷଣା କରାଯାଇଛି । ଏହି ଯୋଜନା ମାଧ୍ୟମରେ କୃଷକଙ୍କ ପକେଟକୁ ୧.୬୨ ଲକ୍ଷ କୋଟି ଟଙ୍କା ଅଣାଯାଇଛି ।

Leave A Reply

Your email address will not be published.

fourteen − fourteen =