ମନ୍ଦିର ପୂଜକମାନଙ୍କୁ ପ୍ରତି ମାସ ମିଳିବ ହଜାରେ ଟଙ୍କା ଲେଖାଏଁ : ମମତା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମମତା ସରକାର ଏବେ ପ୍ରତି ମାସ ମନ୍ଦିରଗୁଡ଼ିକରେ ପୂଜା କରୁଥିବା ପୂଜକମାନଙ୍କୁ ହଜାରେ ଟଙ୍କା ଲେଖାଏଁ ଦେବେ । ତେବେ ଏହି ଯୋଜନାରେ ୮ ହଜାର ପୂଜକଙ୍କୁ ଲାଭ ମିଳିବ ବୋଲି କୁହାଯାଇଛି । ଏପରିକି ଯେଉଁ ପୂଜକମାନଙ୍କର ବାସଗୃହ ନାହିଁ, ସେମାନଙ୍କୁ ପଶ୍ଚିମବଙ୍ଗ ଆବାସ ଯୋଜନାରେ ସାମିଲ୍‌ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ତେବେ ଏକ ପ୍ରେସ୍‌ କନ୍‌ଫରେନ୍ସରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହାବାଦ୍‌ ସେ କୋଭିଡ୍‌-୧୯ ତଥା ହିନ୍ଦୀ ଦିବସ ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, କୋଭିଡ୍‌ ଉପରେ ଗ୍ଲୋବାଲ ଏଡ଼୍‌ଭାଇଜରି ବୋଡର଼୍ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା କରିଛି ଓ ରାଜ୍ୟରେ ବଢ଼ୁଥିବା ଟେଷ୍ଟର ସଂଖ୍ୟା, ରୋଗୀଙ୍କ ବେଡ଼୍‌ ସଂଖ୍ୟାରେ ବୋଡର଼୍ ପକ୍ଷରୁ ସନ୍ତୋଷଜନକ ପଦକ୍ଷେପ ବୋଲି କୁହାଯାଇଛି ।

Leave A Reply

Your email address will not be published.