ଅପହଞ୍ଚ ନେଟୱର୍କ : ୟୁଟ୍ୟୁବ୍ ପାଠପଢା ସାତସପନ

ପାଟଣାଗଡ଼, (ଗୋରେଖନାଥ ବରିହା) : କୋରନା କଟକଣା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହୁଥିବା ବେଳେ ପିଲାଙ୍କୁ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ କରିବା ଜାରି ରଖିଛନ୍ତି ସରକାର । ଖପ୍ରାଖୋଲ ବ୍ଳକର ଉପାନ୍ତ ଅଞ୍ଚଳରେ ନେଟୱର୍କ ସେବା ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ମାଟିଆଭଟା ଗ୍ରାମପଞ୍ଚାୟତ ଅନକାମୁରା ଗାଁରେ ନେଟୱର୍କ ପାଉନଥିବା ବେଳେ ଏଭଳି ଶିକ୍ଷା ବି ଅପହଞ୍ଚ ହୋଇଥିବା ଲକ୍ଷ୍ୟ କରାଯାଉଛି । ସରକାର ଗତ ସୋମବାର ଦିନଠାରୁ ପିଲାଙ୍କ ପାଠପଢା ୟୁଟ୍ୟୁବ୍ ଜରିଆରେ ଆରମ୍ଭ କରିଛନ୍ତି । ହେଲେ ଏହି ଉପାନ୍ତ ଅଞ୍ଚଳରେ ମୋବାଇଲ ନେଟୱର୍କ ପହଁହଚି ପାରୁ ନଥିବାରୁ ପିଲାମାନେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଅନକାମୁରା ଗାଁରେ ଛାତ୍ରଛାତ୍ରୀ ଏବେ ୟୁଟ୍ୟୁବ୍ ପାଠପଢାର ସୁବିଧା ନେଇ ପାରୁନାହାନ୍ତି । ହେଲେ ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ମାନଙ୍କ ପାଖରେ ମୋବାଇଲ ଫୋନ ନାହିଁଁ ନଥିବାରୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହା ଏକ ଜଙ୍ଗଲ ଘେରା ଗାଁ ହୋଇଥିବାରୁ ନେଟୱର୍କ ନାହିଁ । ତେଣୁ ଏ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନକଲେ ଏମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି ଅବିଭାବକମାନେ ମତ ପ୍ରକାଶ କରୁଛନ୍ତି ।

Leave A Reply

Your email address will not be published.

20 − fifteen =