pakka

ସ୍ୱେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ କ୍ଷମାକାନ୍ତିଙ୍କୁ ମିଳିଲା ହୁଇଲ ଚେୟାର

bbehera

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ କାଶିବାହାଲ ଗାଁର ଭଗବାନ ସରାଫଙ୍କ ଝିଅ କ୍ଷମାକାନ୍ତି ସରାଫ ମାଟ୍ରିକ ଶ୍ରେଣୀ ପର୍ଯ୍ୟନ୍ତ ବହୁତ ସୁନ୍ଦର ଭାବରେ ପଢାପଢି କରିବା ସହ ଭଲ ଥିଲେ । ହେଲେ ପରୀକ୍ଷା ସରିବା ପରେ ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଲା ଓ ଚାଲି ବୁଲି ପାରିଲେ ନାହିଁ । ସେ ପକ୍ଷାଘାତ ରୋଗରେ ପୀଡିତ ହେଲେ । ତାଙ୍କର ପିତା ବହୁତ ଦୂର ଦୂରାନ୍ତ ହସ୍ପିଟାଲକୁ ମଧ୍ୟ ନେଇ ତାଙ୍କୁ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଥିଲେ । ହେଲେ କୌଣସି ସୁଫଳ ମିଳିଲା ନାହିଁ । ଏବେ ତାଙ୍କର ଗୋଟିଏ ହାତ ଓ ଗୋଟିଏ ଗୋଡ କାମ କରୁନାହିଁ । ଏହି ସମସ୍ୟା ବିଷୟରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ସ୍ୱେଚ୍ଛାସେବୀ ଯଶୋବନ୍ତ ରଣାଙ୍କ ନଜରରେ ଆସିବା ପରେ ସମାଜସେବୀ ରୁଦ୍ର ପ୍ରସାଦ ନାଏକଙ୍କ ଜରିଆରେ ଡକ୍ୟୁମେଣ୍ଟ ସଂଗ୍ରହ କରି ଡ଼ିଏସଏସଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅରୁଣ ମହାପାତ୍ରଙ୍କ ସହ ଯୋଗାଯୋଗ କରି ତାଙ୍କୁ ଶୀଘ୍ର ଗୋଟିଏ ହୁଇଲ ଚେୟାର ଓ ଦିବ୍ୟାଙ୍ଗ ଭତ୍ତା କରିଦେବାକୁ ନିବେଦନ କରିଥିଲେ । ଡ଼ିଏସଏସଓ ମଦନଜିତ ହୋତାଙ୍କ ନିର୍ଦ୍ଦେଶରେ କୋକସରା ବିଏସଏସଓଙ୍କ ଜରିଆରେ କ୍ଷମାକାନ୍ତିଙ୍କୁ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ପିଇଓ ଅରବିନ୍ଦ ମେହେରଙ୍କ ଜରିଆରେ ଏକ ହୁଇଲ ଚେୟାର ପ୍ରଦାନ କରିଛନ୍ତି ଓ ଖୁବ୍‌ କମ୍‌ ଦିନ ଭିତରେ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି । ହୁଇଲ ଚେୟାର ପାଇବା ପରେ ତାଙ୍କ ପରିବାର ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା, ଡ଼ିଏସଏସଓ ମଦନଜିତ ହୋତା, ଅରୁଣ ମହାପାତ୍ର, କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ପିଇଓ ଅରବିନ୍ଦ ମେହେର, କୋକସରା ବ୍ଲକ ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

five × 5 =

error: Content is protected !!