jsm

‘ସାହିତ୍ୟ କଥା’ର ଦଶମ ସ୍ୱନକ୍ଷତ୍ର ଉତ୍ସବ ‘ଅଂକୁର’ ଆୟୋଜିତ

csstore
  • ଓଡ଼ିଶାରେ ପ୍ରଥମ : ବିନା ଭାଷଣରେ ସ୍ୱନକ୍ଷତ୍ର ସମାରୋହ

ଭବାନୀପାଟଣା, (ପି.କେ. ସାହୁ) : ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ପୁଲ୍ ପାର୍କ ମଧ୍ୟରେ ବିନା ଭାଷଣରେ ଏକ ପତ୍ରିକାର ସ୍ୱନକ୍ଷତ୍ର ସମାରୋହ ଆୟୋଜିତ ହୋଇଛି । ରାଜ୍ୟର ଏକମାତ୍ର ସାହିତ୍ୟ ସମ୍ବାଦ ଭିତ୍ତିକ ପତ୍ରିକା ‘ସାହିତ୍ୟ କଥା’ର ଦଶମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ଯୁବ ଲେଖକଙ୍କ ଗପ ଓ କବିତାକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଅଂକୁର’ ଆୟୋଜିତ ହୋଇଯାଇଛି । ଭବାନୀପାଟଣା ସହର ଉପକଣ୍ଠରେ ଥିବା ନ୍ୟୁ ଷ୍ଟାର ସିନେପ୍ଲେକ୍ସ ପୁଲ୍ ପାର୍କ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ‘ସାହିତ୍ୟ କଥା’ର ସଂପାଦକ ସକିତ ରତେ, ମାର୍ଗଦର୍ଶକ ସୁକାନ୍ତ ସାହୁ, ବିଶିଷ୍ଟ କବି ନିରୋଜ ପଟ୍ଟନାୟକ, ‘ମହୁରି’ର ମୁଖ୍ୟ ସଂପାଦକ ଭବାନୀ ଶଙ୍କର ନିଆଲ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି ପ୍ରମୁଖ ପତ୍ରିକାର ଜୁଲାଇ ସଂଖ୍ୟା ଉନ୍ମୋଚନ କରିଥିଲେ । ପତ୍ରିକାର ମୁଖ୍ୟ ସଂପାଦକ ଡ. ସୁରେଶ ନାୟକ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇଥିଲେ । ସହ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସମାରୋହ ପରିଚାଳନା କରିଥିବା ବେଳେ ଯୁବ ଗାଳ୍ପିକ ଡିଲେଶ୍ୱର ରଣାଙ୍କ ଅଡିଓ ଭିଜୁଆଲ୍ ଉପସ୍ଥାପନାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ନିମନ୍ତ୍ରିତ ଯୁବ ଲେଖକମାନେ ସ୍ୱରଚିତ ଗପ ଓ କବିତା ପାଠ କରିଥିଲେ । ସେମାନଙ୍କ ମଧ୍ୟରେ ଆଶିଷ କୁମାର ମିଶ୍ର, କର୍ଣ୍ଣ ଗହୀର, କାଜଲ ମହାରଣା, କାଦମ୍ବିନୀ ବେଶ୍ରା, କ୍ଷୀରୋଦ ବିହାରୀ ବିଶ୍ୱାଳ, ଗଣେଶ ବାରିକ, ଜଗନ୍ନାଥ ସାହୁ, ବିଶ୍ୱନାଥ ସାହୁ, ମନୋଜ କିଶୋର ନାୟକ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ଯୋଗେଶ୍ୱର ପଣ୍ଡା, ରଜତ ବଂଶଲ, ସଂହିତା ରଥ, ସଞ୍ଜୀବ କୁମାର ପଣ୍ଡା, ସବ୍ୟସାଚୀ ବିଷୋୟୀ ଓ ସୁଜିତ କୁମାର ଶତପଥି ସାମିଲ ଥିଲେ । ଗଣମାଧ୍ୟମ ‘ଓଡ଼ିଆ ବାର୍ତ୍ତା’ ପକ୍ଷରୁ ଉତ୍ସବର ସିଧାପ୍ରସାରଣ କରାଯାଇଥିଲା । ଏଥିରେ କବି ନୁପୁର ପଟ୍ଟନାୟକ, ସଂଘମିତ୍ରା କାନୁନଗୋ, ଲଳିତ କାନୁନଗୋ, ଅଧ୍ୟାପକ କୌତୁକ ପନ୍ଦର, ଡା. ଦୀନବନ୍ଧୁ ସାହୁ, ବିରଞ୍ଚି ନାରାୟଣ ମୁଣ୍ଡ, ଦୀପ୍ତି ମୁଣ୍ଡ, ବାପୁନ୍ ନାୟକ, ବନ୍ଦିତା ସାଗରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.