pakka

ୱାର୍ଡ ନମ୍ବର ୯ର ବେହେରାପାଲିକୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୯ର ବେହେରାପାଲିକୁ ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ଶ୍ରୀମତୀ ସାହୁ ପରିଦର୍ଶନ କରି ବେହେରାପାଲି ପୋଖରୀରର ପୁନରୁଦ୍ଧାର ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଚାଉଳ ବଣ୍ଟନ କେନ୍ଦ୍ରର ତଦାରଖ କରିଥିଲେ ଏବଂ ଡ୍ରେନ ସେଫେଇ କାର୍ଯ୍ୟକ୍ରମକୁ ନିଜେ ଉପସ୍ଥିତ ରହି ତଦାରଖ କରିଥିଲେ । ଏହି ପରିଦର୍ଶନ ସମୟରେ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ ଓ କାଉନସିଲର ଶ୍ରୀମତୀ ପ୍ରେମଲତା ନାଏକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × 2 =