jsm

ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ପୌରାଧ୍ୟକ୍ଷା ଲିକା ସାହୁ : ଏଣୁ ଏଣିକି ସନ୍ଧ୍ୟା ସମୟରେ ବି ହାଟପଦାଠାରେ ଥିବା ପାର୍କ ଖୋଲିବ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଣୁ ଏଣିକି ସନ୍ଧ୍ୟା ସମୟରେ ବି ହାଟପଦାଠାରେ ଥିବା ପାର୍କ ଖୋଲିବ । ପୂର୍ବରୁ ଏହି ପାର୍କକୁ ପରିଦର୍ଶନ କରି ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ପାର୍କରେ ଆଉ ବିଜୁଳିର ସମସ୍ୟା ରହିବ ନାହିିଁ ଏବଂ ସନ୍ଧ୍ୟା ସମୟରେ ବି ପାର୍କ ଖୋଲିବ ବୋଲି ପ୍ରତିଶୃତି ଦେଇଥିବା ବେଳେ ଆଜି ପ୍ରତିଶୃତି ରକ୍ଷାକରି ପୌରସଂସ୍ଥା ତରଫରୁ ଇନଭେଟରର ବ୍ୟବସ୍ଥା କରାଯିବା ସହ ପାର୍କ ଖୋଲାଯାଇଛି । ତେବେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଯୁବନେତା ଲୋଟସ ଷଡଙ୍ଗୀଙ୍କ ସଭାପତିତ୍ୱରେ ଏହି ପାର୍କ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୌରାଧ୍ୟକ୍ଷା ଲିକା ସହୁ ଯୋଗ ଦେଇଥିବା ବେଳେ କାଉନସିଲର ଶମ୍ଭୁ ନାଗ, ପିଙ୍କି କବାଟ, ନନ୍ଦିନୀ ପୋଢ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.