pakka

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୧୮ ହଜାର ୪୯୫ ବୁଥ୍‌ରେ ଭୋଟ୍‌ ଗ୍ରହଣ ଶେଷ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ସାଧାରଣ ନିର୍ବାଚନର ତୃତୀୟ ପର୍ୟ୍ୟାୟ ଭୋଟ ପାଇଁ ମୋଟ ୨୯ଟି ଜିଲ୍ଲାର ୬୩ଟି ବ୍ଲକ୍‌ର ୧୩୮୨ଟି ଗ୍ରାମ ପଞ୍ଚାୟତରେ ୧୭୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୮ ହଜାର ୪୯୫ ବୁଥ୍‌ରେ ନିର୍ବାଚନ ଶେଷ ହୋଇଛି । ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ୍‌ରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ କମିଶନ ଦୃଢ଼ ଭାବରେ ନିନ୍ଦା କରିଛନ୍ତି । ଏହି ସଂପର୍କରେ ଡିଜି ପୋଲିସ ଏବଂ ଯାଜପୁର ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ତୁରନ୍ତ ଦୋଷୀମାନଙ୍କୁ ଗିରଫ୍‌ କରିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅନ୍ୟାନ୍ୟ ସ୍ଥାନ ବ୍ୟତୀତ ମାଲକାନଗିରି ଜିଲ୍ଲାରେ ମାଥିଲି ଓ ପୋଡ଼ିଆ ବ୍ଲକ୍‌, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକ୍‌ ମାଓ ପ୍ରବଣ ସ୍ଥାନ ହୋଇଥିଲେ ମଧ୍ୟ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ବିଶେଷ ଭାବେ ମାଲକାନଗିରି ଜିଲ୍ଲାରେ ଗତ ଦୁଇ ପର୍ୟ୍ୟାୟ ଭଳି ଏ ପର୍ୟ୍ୟାୟ ମଧ୍ୟ ମତଦାନ ହାର ବେଶ୍‌ ଉତ୍ସାହଜନକ ରହିଛି । ଏହି ପର୍ୟ୍ୟାୟରେ ମୋଟ ୫୬ ଲକ୍ଷ ୫୩ ହଜାରରୁ ଅଧିକ ଭୋଟର ରହିଥିବା ବେଳେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୭୧% ମତଦାନ ହୋଇଅଛି । କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ୟ୍ୟରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଅଛି । ଏ ସଂପର୍କରେ ସଂପୃକ୍ତ ଜିଲ୍ଲାପାଳଙ୍କ ଠାରୁ ବିସ୍ତୃତ ରିପୋର୍ଟ ପାଇବା ପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ।

jay balangir
Leave A Reply

Your email address will not be published.

9 − 5 =

error: Content is protected !!