pakka

ଶାହା ଚାରିଟେବୁଲ ଟ୍ରଷ୍ଟ ଫାଷ୍ଟ ବାଟାଲିୟନ ପକ୍ଷରୁ ବୃକ୍ଷ ରୋପଣ

bbehera

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଶାହା ଚାରିଟେବୁଲ ଟ୍ରଷ୍ଟ ଫାଷ୍ଟ ବାଟାଲିୟନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୋଗ ଦେଇଥିଲେ ଓଏସ୍‌ଏପି ଫାଷ୍ଟ ବାଟାଲିୟନ କମାଣ୍ଡୋ ସୁଧିର ବେହେରା, ସୁବେଦାର ପ୍ରଶାନ୍ତ, ହା.ମେଜର ରଞ୍ଜନ ଜେନା, ଅଭିଷେକ ମିଶ୍ର, ପଞ୍ଚାନନ ନାୟକ, ବିଜ୍ଞାନ ଜେନା, ରଜନୀ ବେହେରା ଓ ଅନେକ ପୋଲିସ ବନ୍ଧୁ ଉପସ୍ଥିତ ରହିବା ସହ ଢେଙ୍କାନାଳ ନିବାସୀ ଯୁଗୋଳ କିଶୋର ଚାଣ୍ଡକ-କମଳା ଦେବୀ, ନନ୍ଦ କୁମାର ମାହେଶ୍ୱରୀ, ସିଏ-ମନୋଜ ଅଗ୍ରୱାଲ, ସିଏ-କିରନ ଅଗ୍ରୱାଲ, ମହେଶ ପ୍ରସାଦ ଅଗ୍ରୱାଲ, ୟଶରାଜ ଅଗ୍ରୱାଲ ଏବଂ ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା । ସଭାପତି ଓଏସ୍‌ଏପି ଫାଷ୍ଟ ବାଟାଲିୟନର କମାଣ୍ଡୋ ସୁଧିର ବେହେରା କହିଛନ୍ତି ଶାହା ଚାରିଟେବୁଲ ଟ୍ରଷ୍ଟ ଏଠାରେ ଆଗରୁ ବୃକ୍ଷ ରୋପଣ କରିଛନ୍ତି । ଆଜି ଦ୍ୱିତୀୟ ଥର ବୃକ୍ଷ ରୋପଣ କରାଯାଇଛି । ଓଡ଼ିଶାର ବିଭିନ୍ନ ଜାଗାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ଭୁବନେଶ୍ୱରର ଚକେଇସିହାଣୀଠାରେ ହୋମିଓପାଥି ଦାତବ୍ୟ ଚିକିତ୍ସାଳୟ ଦ୍ୱାରା ହେଉଥିବା ସମାଜ ସେବା ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ପୋଲିସ କ୍ୟାମ୍ପସ ଏବଂ ଅନ୍ୟ ଜାଗାରେ ସବୁଜ ସୁନ୍ଦର ଓ ପରିବେଶ ସୁରକ୍ଷା ପାଇଁ ଟ୍ରଷ୍ଟକୁ ପ୍ରଶଂସା ଏବଂ ଉତ୍ତରୋତ୍ତର କାମନା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁଗଳ କିଶୋର ଚାଣ୍ଡକ କହିଥିଲେ ବୃକ୍ଷ ଆମର ସବୁ ଆବଶ୍ୟକତା ପୂରଣ କରିଥାଏ, ବୃକ୍ଷ ପ୍ରାଣୀର ଜୀବନ ତେଣୁ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ଆହ୍ୱାନ କରିଥିଲେ । ଏହି ବୃକ୍ଷ ରୋପଣ କାର୍ୟ୍ୟକ୍ରମ ପାଇଁ ଢେଙ୍କାନାଳ ନିବାସୀ ଯୁଗୋଳ କିଶୋର ଚାଣ୍ଡକ-କମଳା ଦେବୀ ତାଙ୍କ ଝିଅ ସ୍ବର୍ଗୀୟା ଡା. ଶୀତଲ ଚାଣ୍ଡକଙ୍କ ସ୍ମୃତିରେ ସହାୟତା ପ୍ରଦାନ କରିଛନ୍ତି । ଏହି ସାମାଜିକ ସେବାରେ ସହାୟତା ପ୍ରଦାନ କରିଥିବାରୁ ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଓଡ଼ିଶାର ପ୍ରକୃତିକୁ ସୁରକ୍ଷା ଦେବା ଓ ପରିବେଶ ସୁରକ୍ଷା ପାଇଁ ପ୍ରକୃତିପ୍ରେମୀ, ଶୁଭେଚ୍ଛୁ ଆଗେଇ ଆସିବାକୁ ଆହ୍ବାନ କରିଛନ୍ତି । ସାହା ଚାରିଟେବୁଲ ଟ୍ରଷ୍ଟର ଏହି ଗ୍ରୀନ ଡ୍ରାଇଭର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ପ୍ରକୃତିକୁ ସବୁଜ ସୁନ୍ଦର ଓ ପରିବେଶକୁ ସୁରକ୍ଷା, ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ, ଆଶ୍ରୟସ୍ଥଳ ଏବଂ ଭବିଷ୍ୟତରେ କିଛି ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ଦେଇପାରିବ ।

jay balangir
Leave A Reply

Your email address will not be published.

4 + 16 =

error: Content is protected !!