pakka

ବରଗଡ଼ ଜିଲ୍ଲାରେ ୩ୟ ପର୍ଯ୍ୟାୟ ନିର୍ବାଚନରେ ୮୨.୬୩% ମତଦାନ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଆଜି ତୃତୀୟ ପର୍ୟ୍ୟାୟରେ ୮୨.୬୩ ପ୍ରତିଶତ ଭୋଟଦାନ ହୋଇଛି । ୩ୟ ପର୍ୟ୍ୟାୟ ରେ ବରପାଲି, ବିଜେପୁର ଓ ଭେଡେନ ବ୍ଲକରେ ଭୋଟ ଗ୍ରହଣ ହୋଇଥିଲା । ୬୬ଟି ପଞ୍ଚାୟତ ର ୮୭୭ଟି ଭୋଟ ଗ୍ରହଣ କେନ୍ଦ୍ରରେ ଏହି ମତଦାନ ହୋଇଥିବା ବେଳେ ୧୮୧୭ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ହୋଇଛି । ତେବେ କେତେକ ଗ୍ରାମରେ ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମବାସୀ ମାନେ ଭୋଟ ବର୍ଜନ କରିଛନ୍ତି । ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ପଞ୍ଚାୟତର ଭୋଇଟିକ୍ରା ଗ୍ରାମବାସୀ ମାନେ ରାସ୍ତା ନାହିଁ ତ ଭୋଟ ନାହିଁ ଧାରାରେ ଭୋଟ ଦାନରୁ ବିରତି ରହିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୁମ୍ଭାରୀ ଭୋଇଟିକ୍ରା ରାସ୍ତା ଅତିବ ଶୋଚନୀୟ ହୋଇପଡିଛି । ହେଲେ ଏଥିପ୍ରତି ଆଜି ପର୍ୟ୍ୟନ୍ତ କେହି ଦୃଷ୍ଟି ଦେଇ ନାହାନ୍ତି । ଏସଂପର୍କରେ କିଛି ଦିନ ପୂର୍ବରୁ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନକୁ ମଧ୍ୟ ଅବଗତ କରାଇଥିଲେ ତେବେ ଏହାର କୌଣସି ସ୍ଥାୟୀ ପ୍ରତିକାର ହେଲାନାହିଁ । ତେଣୁ ସମାନେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ସେହିପରି ବିଜେପୁର ବ୍ଲକର ସାଇପାଲି ପଞ୍ଚାୟତର ସାଲେଦମକି ଗ୍ରାମରେ ମଧ୍ୟ ସ୍କୁଲ ନାହିଁ ତ ଭୋଟ ନାହିଁ ବୋଲି ଭୋଟ ବର୍ଜନ କରିଥିଲେ ।

jay balangir
Leave A Reply

Your email address will not be published.

one × one =

error: Content is protected !!