om academy

ଭିଜିଲାନ୍ସ ଜାଲରେ ପଡିଲେ ତୁରେକେଲା ବ୍ଲକ ଜିପିଓ ଗୋବିନ୍ଦ ଭୋଇ

jsm

ତୁରେକେଲା, (କୈଳାଶ ସଗ୍ରିଆ) : ଭିଜିଲାନ୍ସ ଜାଲରେ ପଡିଲେ ତୁରେକେଲା ବ୍ଲକ ଜିପିଓ ଗୋବିନ୍ଦ ଭୋଇ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଜଣାପଡ଼ିଛି । ତେବେ ଏହି ଚଢ଼ାଉରେ ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ଟିମ୍‌ ସାମିଲ୍‌ ଥିବା ବେଳେ ଏକକାଳୀନ ୫ ଟି ସ୍ଥାନରେ ଚଢ଼ାଉ ହେଉଥିବା ସୂଚନା ମିଳିଛି । କଣ୍ଟାବାଞ୍ଜି ପଟେଲ କଲୋନୀ ସ୍ଥିତ ବାସଭବନ ସହ ଧଣ୍ଡାମୁଣ୍ଡା ପୈତୃକ ବାସ ଭବନ, ତୁରେକେଲା, ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଏବଂ ତାଙ୍କ ଫୋଟୋ ଷ୍ଟୁଡିଓରେ ଚଢ଼ାଉ ଚାଲିଛି । ବ୍ଲକ ଗ୍ରାମ ପଂଚାୟତ ଅଧିକାରୀ ଗୋବିନ୍ଦ ଭୋଇଙ୍କ ନାଁ ଆୟର ବହିର୍ଭୁତ ସମ୍ପତ୍ତି ଠୁଳ ହୋଇଥିବା ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.