୧୬ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଏଡିପିଏଚ୍‌ଓ ଡ.ନବକିଶୋର ବେହେରା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ୧୬ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଏଡିପିଏଚ୍‌ଓ) ଡ.ନବକିଶୋର ବେହେରା । ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ସିଏଚ୍‌ସି.ର ଭିଡିଡିଟିଏସ୍‌ଙ୍କୁ ତାଙ୍କ କନ୍‌ଟାକ୍‌ଚୁଆଲ ନିଯୁକ୍ତି ଏକ୍‌ସଟେନ୍‌ସନ ପାଇଁ ସଂପୃକ୍ତ ଅଧିକାରୀ ଦାବୀ କରିଥିବା ୧୬ ହଜାର ଟଙ୍କା ନେବା ସମୟରେ କାବୁ କରିଛି ସମ୍ବଲପୁର ଡିଭିଜନ୍‌ ଭିଜିଲାନ୍ସ ବିଭାଗ । ତେବେ ଦାବୀ କରାଯାଇଥିବା ଲାଂଚ ଅର୍ଥ ଅଭିଯୁକ୍ତଙ୍କ ଠାରୁ ଜବତ୍‌ ହୋଇଥିବା ବେଳେ ତାଙ୍କ ପଟାଭାଡ଼ି ସ୍ଥିତ ସରକାରୀ ବାସଭବନ, ଡୁଙ୍ଗୁରିପାଲି ସ୍ଥିତ ବାସଭବନ ଓ ତାଙ୍କ ନିଜସ୍ୱ ଗାଁ ଫୁଲବାଣୀରେ ଭିଜଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଡ. ବେହେରାଙ୍କୁ ଗିରଫ୍‌ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.