oom

ପୁଇଁତଲା ବ୍ଲକ ବିଦ୍ୟାଳୟ ସ୍ତରୀୟ ଭଲିବଲ ଚୟନ ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁରଜମଲ ଉଚ୍ଚ ବିଦ୍ୟାଳୟ ସାଉନ୍ତପୁର ଠାରେ ବ୍ଲକସ୍ତରୀୟ ଭଲିବଲ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ପୁଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ମୁଖ୍ୟ ଅତିଥି ଆଟଗାଁ ଉଚ୍ଚ ବିଦ୍ୟାୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ଯୋଷୀ, ଛତାମଖନା ହାଇସ୍କୁଲର ପ୍ରଧାନ ଶିକ୍ଷକ ନୀଳମଣି ପଟେଲ, ଜାମଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁ, ବନ୍ଧପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡପଣ୍ଡା, ସ୍ଥାନୀୟ ସମବାୟ ସମିତିର ସମ୍ପାଦକ ସୁଦର୍ଶନ ଭୋଇ, ସରପଂଚ, ଏସ୍‌ଏମ୍‌ସି ଅଧ୍ୟକ୍ଷ, ସମ୍ମାନିତ ଅତିଥି ଓ ବ୍ଲକ କ୍ରୀଡା ସମ୍ପାଦକ ସୁଶାନ୍ତ କୁମାର ନାଗ ପ୍ରଭୃତି ମଂଚାସୀନ ଥିଲେ । ଏହି ଶିବିରରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ୬ଟି ଉଚ୍ଚ ବିଦ୍ୟାଳୟରୁ ୪୩ ଜଣ ଛାତ୍ର ଅଂଶ ଗ୍ରହଣ କରିଥିବା ବେଳେ ମନୋନିତ ଛାତ୍ର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଟିଟିଲାଗଡ ଠାରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ଦତ୍ତାତ୍ରେୟି ବହିଦାର ସଂଯୋଜନା କରିଥିବା ବେଳେ ବନ୍ଧପଡା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ବ୍ଲକର ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ, ଶିକ୍ଷକ ପ୍ରଦୀପ ପଧାନ, ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ନାଗ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.