ସରସ୍ୱତୀ ଶିଶୁ ମନ୍ଦିର ମୁଖୀଗୁଡା ଶତ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ

କଳାହାଣ୍ଡି, (ହେମନ୍ତ ସାହୁ) : ଚଳିତ ବର୍ଷର ଦଶମ ଶ୍ରେଣୀର ଫଳାଫଳ ପ୍ରକାଶିତ ହୋଇଛି ଏଥିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମୁଖୀଗୁଡାର ଛାତ୍ରଛାତ୍ରୀମାନଙ୍କ ଅଭୂତପୂର୍ବ ସଫଳତା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଥାଉକି ଉକ୍ତ ଅନୁଷ୍ଠାନର ୭୦ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ସେଠି ମଧ୍ୟରୁ ଏ ୧ରେ ୨୩ ଜଣ ଏ ୨ ରେ ୩୨ଜଣ, ବି ୧ରେ ୧୩ ଜଣ ଓ ବି ୨ରେ ୨ ଜଣ ସର୍ବମୋଟ ୭୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉନ୍ନୀତ ହୋଇ ଅନୁଷ୍ଠାନ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ୫୬୮ ମାର୍କ ରଖି ବିଶିକେଶନ ମାଝୀ ପ୍ରଥମ ସ୍ଥାନ ରଖିଛନ୍ତି । ଅନୁଷ୍ଠାନର ସଭାପତି ତଥା ଆଞ୍ଚଳିକ ବସ୍ତ୍ରରେଣି ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ଶିଶିର କୁମାର ସାହୁ ଏ ସଫଳତାର ଶ୍ରେୟ ପରମେଶ୍ୱରଙ୍କ ଅସୀମ କୃପା ସହ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଗୁରୁଜୀ ଗୁରୁମା , ସେବକ, ସେବିକା, ଅଭିଭାବିକା, ଅଭିଭାବିକା, ପରିଚାଳନା ସମିତିର ସମ୍ପାଦକ ସମେତ ସମସ୍ତ ସଦସ୍ୟ, ସଦସ୍ୟା ତଥା ଅନୁଷ୍ଠାନର ସମସ୍ତ ହିତାକାଂକ୍ଷୀଙ୍କୁ ଦେଇଛନ୍ତି ।

Leave A Reply

Your email address will not be published.

sixteen + 13 =