pr

ଆସନ୍ତା ୧୯ ତାରିଖ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଗସ୍ତ ପାଇଁ ବିଜେଡି ଦଳର ସାଙ୍ଗଠନିକ ସଂପାଦକଙ୍କ ମ.ରାମପୁର ଗସ୍ତ

dr. purohit

ମ.ରାମପୁର, (ହେମନ୍ତ ସାହୁ) : ଆସନ୍ତା କାଲି ୫ଟି ସଚିବ ଭି. କେ. ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସାକ୍ଷାତ ଏବଂ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । ତାଙ୍କ ଗସ୍ତକୁ ଆଖି ଆଗରେ ରଖି ବିଜେଡ଼ି ଦଳ ଜୋର୍‌ଦାର୍‌ ପ୍ରସ୍ତୁତି ଚଲାଇଛି । ସେହି ପରିପ୍ରେକ୍ଷୀରେ ଆଜି ବିଧାୟକ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମ.ରାମପୁର ବ୍ଲକ ଗସ୍ତ କରି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ଏହି ଅବସରରେ ତାଙ୍କୁ ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ୧୧ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବା ବେଳେ ଅନ୍ୟମାନେ ମଧ୍ୟ ବିଭିନ୍ନ ସମସ୍ୟା ନେଇ ଦାବୀପତ୍ର ପ୍ରଦାନ କରିଥିଲେ । ସେଥି ମଧ୍ୟରୁ ହରିହର ସାଗର ଉନ୍ନତିକରଣ ପାଇଁ ୩ କୋଟି ଟଙ୍କା, ହାଇସ୍କୁଲ ପଡ଼ିଆରେଠାରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ମଦନପୁର ରାମପୁରଠାରେ ସବ୍ ଜଜ୍‌ କୋର୍ଟ ପ୍ରତିଷ୍ଠା ପାଇଁ ଆଇନ ମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟ ବିଧାୟକ ନର୍ଲା ଭୂପିନ୍ଦର ସିଂହଙ୍କ ଦ୍ଵାରା ଶୀଘ୍ର ତ୍ୱରାନ୍ୱିତ ହେବ ବୋଲି କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ବିଜୁ ଜନତା ଦଳ କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ସ୍ଥାନୀୟ ସରପଞ୍ଚ ବୀଣାପାଣି ସାହୁ, ବିକାଶ ସିଂହଦେଓ, ଜୟ କୁମାର ସିଂହଦେଓ, ସପନ ପଟ୍ଟନାୟକ, ରାକେଶ ଶତପଥୀ, ପ୍ରେମ ସାଗର ନାୟକ, ପ୍ରଦୀପ ପାଣିଗ୍ରାହୀ, ଦେବେନ୍ଦ୍ର ପୋଡ଼, ରୋମାଞ୍ଚ ସାହୁ, ସତ୍ୟନାରାୟଣ ସାହୁ ତଥା ବିଜୁ ଜନତା ଦଳର ଅନେକ କର୍ମୀ ଉପସ୍ଥିତ ରହିଥିଲେ ।

nrusinghnath
Leave A Reply

Your email address will not be published.