
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନରୁ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ବିଭିନ୍ନ ଶିଶୁଙ୍କ ବାପାମାନଙ୍କ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବହୁ ଅଭିଭାବକ, ଅଙ୍ଗନୱାଡ଼ି ପରିଚାଳନା କମିଟିର ସଭ୍ୟମାନେ, ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଗୋପାଳ ନାୟକ, ଦ୍ୱିତୀୟ ସ୍ଥାନରେ ରଞ୍ଜନ ମେହେର, ତୃତୀୟ ସ୍ଥାନରେ ନିରାକାର ମେହେର ଉତ୍ତୀର୍ଣ୍ଣ ହୋଇଥିଲେ ।