
ଦେଓଗାଁ, (ମନୀଷ କୁମାର ସାହୁ) : ଜିଲ୍ଲା ଶିଶୁ ସୁରକ୍ଷାର ୟୁନିଟ ବଲାଙ୍ଗିର ଦ୍ୱାରା ଶିଶୁ ମଙ୍ଗଳ ସମିତି ବଲାଙ୍ଗିରର ଆଦେଶ ଅନୁୟାୟୀ ଜାନକୀ ବଲ୍ଲଭ ପଟେଲ ନାମକ ଶିଶୁକୁ ଦେଓଗାଁ କଛାରପାଲିର ପ୍ରତିପାଳନ ପିତା କାଶୀନାଥ ପଧାନ ଓ ମାତା ବିଦ୍ୟୁତଲତା ଖମାରୀଙ୍କ ଦାୟିତ୍ୱରେ ୨୦୧୯ମସିହାରୁ ପ୍ରତିପାଳନ ପାଳନ ଯତ୍ନ ନିମିତ୍ତ ଅବସ୍ଥାପିତ କରାଯାଇଥିଲା । ଇତି ମଧ୍ୟରେ ମିଶନ ବାତ୍ସଲ୍ୟ ଯୋଜନା ଦ୍ୱାରା ଚାଲିଥିବା ସୁରକ୍ଷା ୟୁନିଟ ବଲାଙ୍ଗିରରୁ ଆବଶ୍ୟକ ଆର୍ଥିକ ସହଯୋଗରେ ଶିଶୁ ମଙ୍ଗଳ ସମିତିର ସମୟାନ୍ତରେ ଯତ୍ନ ଓ ସୁରକ୍ଷା ଆଦେଶ ପିତା ମାତାଙ୍କ ସମୟୋଚିତ ଯତ୍ନ ସୁରକ୍ଷା ବେସରକରୀ ସଂସ୍ଥା ୟୁସିଡ଼ିଏସ୍ ବୃତ୍ତି ଭିତ୍ତିକ ପରାମର୍ଶ ଯୋଗୁଁ ଜାନକୀ ବଲ୍ଲଭ ପଟେଲ ବଲାଙ୍ଗିର ଆଇଟିଆଇରୁ ଫିଚର ବିଷୟରେ ଉତ୍ତମ ପ୍ରଦର୍ଶନ ସହ ପାସ ହୋଇ ଭୁବନେଶ୍ୱର ସ୍ଥିତ ୱାଲଡ ସ୍କିଲ ସେଣ୍ଡରରୁ ମେକାଟ୍ରୋନିକ୍ସ ବିଷୟ ସମାପନ ପରେ ଏବେ ବେଙ୍ଗାଲୁରୁ ସ୍ଥିତ ଏଡିକୋ ଇଣ୍ଡିଆ ପ୍ରାଇଭେଟ ଲିଃରେ ସହାୟକ ଭାବେ ବାର୍ଷିକ ପ୍ରାୟ ୨ଲକ୍ଷ ୮୦ ହଜାର ଦରମା ସହ ନିଯୁକ୍ତି ପାଇଥିବାରୁ ପ୍ରତିପାଳକ ଯତ୍ନ କରୁଥିବା ପିତାମାତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଲାଙ୍ଗିର, ଶିଶୁ ମଙ୍ଗଳ ସିମିତି, ବଲାଙ୍ଗିରର ଏସ୍.ଲତାଶ୍ରୀ, ଲିନା ବାବୁ ଓ ୱାଇସିଡିଏର ଆନନ୍ଦିନୀ ରଥ, ସୁଧାଂଶୁ ଶେଖର କୁମ୍ଭାର, ଦିଗାମ୍ବର କର, ଆଶିଷ ନାଏକ ନବ ନିଯୁକ୍ତି ପାଇଥିବା ଜାନକୀ ବଲ୍ଲଭ ପଟେଲଙ୍କୁ ପ୍ରଂଶସା କରିବା ସହ ମିଳିତ ଭାବେ ସମ୍ବର୍ଦ୍ଧିତ କରି ତାଙ୍କର ଭବିଷ୍ୟତ ଆହୁରୀ ଉଜ୍ୱଳମୟ ହେବାକୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏଠାରେ ଉଳ୍ଲେଖ ଯୋଗ୍ୟ ଯେ, ଶ୍ରୀ ପଟେଲ ବଲାଙ୍ଗିର ଜିଲ୍ଲାରେ ପ୍ରଥମ ଶିଶୁ ଭାବେ ପ୍ରତିପାଳନ ଯତ୍ନରେ ଅବସ୍ଥାପିତ ହୋଇଥିବା ଶିଶୁ ବୋଲି ସୂଚନା ମିଳିଛି ।