
ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଦ୍ୱବାରା ରଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ହଷ୍ଟେଲର ସଭାପତି ପ୍ରତାପ କୁମାର ବାଇଁଙ୍କ ଅଧ୍ୟକ୍ଷତା ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ସାଧାରଣ ସମ୍ପାଦକ ନିରଞ୍ଜନ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଭାପତି ଶ୍ରୀ ସ୍ୱାଇଁ ସଭାପତିତ୍ୱ ଅଭିଭାଷଣ ସହ ପ୍ରକୃତି ଓ ନାରୀ ଜାତିକୁ ଆରାମ ତଥା ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଉଥିବା ବେଳେ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ଓ କର୍ମକର୍ତ୍ତାଙ୍କ ସହଯୋଗରେ ଏତେ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ସଭାପତି ଶ୍ରୀ ସ୍ୱାଇଁ ରଜଦୋଳି ଉଦଘାଟନ କରିଥିବା ବେଳେ ସମସ୍ତ ସଦସ୍ୟା ଦୋଳିର ମଜା ଉଠାଇଥିଲେ । ଏହି ଅବସରରେ ପୋଡ଼ପିଠା, ପାନ ଭଙ୍ଗା, କ୍ୟାଟ୍ ୱାକ୍, ତକିଆ ଖେଳ, ମଣ୍ଡାପିଠା ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗିତାର ବିଚାରକ ଭାବେ ଗାୟତ୍ରୀ ମହାନ୍ତି ଓ ସୁଜାତା ରାଣୀ ମହାପାତ୍ର ଦାୟିତ୍ଵ ତୁଳାଇଥିବାରୁ ସେମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ସେହିପରି କୁଞ୍ଜବିହାରୀ ରାଉତ ଓ ସସ୍ମିତା ପ୍ରଧାନ ରଜ ସମ୍ପର୍କରେ କବିତା ପାଠ କରିଥିଲାବେଳେ ସାଗର ଜେନା ଗୃପ ଓ ଅର୍ଚ୍ଚନା ସାହୁ ଗୃପ ତରଫରୁ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସରୋଜ ପଟ୍ଟନାୟକ, ସମରକାନ୍ତ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ । ଉପସ୍ଥିତ ସମସ୍ତ ସଦସ୍ୟ ଓ ଅତିଥି ମାନଙ୍କୁ ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା ।