csstore

ଅଞ୍ଚଳ ମହାବିଦ୍ୟାଳୟରେ ‘ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା’ର ଉଦ୍‌ଯାପନୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନିଜ ଅଭିଭାଷଣରେ ଶ୍ରୀ ପଣ୍ଡା ଜିଲ୍ଲାସ୍ତରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ କୃତିତ୍ୱ ବିଷୟରେ ଉଲ୍ଲେଖ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଉତ୍ସବକୁ ଓଡ଼ିଶା ବିଭାଗୀୟ ମୁଖ୍ୟ ଡ. ସରୋଜ କୁମାର ନାଏକ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବରେ ପଦ୍ମପୁର ସବ୍‌ଡିଭିଜନର ଅତିରିକ୍ତ ଜିଲ୍ଲାପାଳ କୁଣାଳ ଚୌହାଣ (ଆଇଏଏସ୍‌) ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଗଣମାଧ୍ୟମର ସଠିକ୍ ବ୍ୟବହାର କରିବା ସହ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ପାଇଁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ଉଦାହରଣ ମାଧ୍ୟମରେ ଉତ୍ସାହିତ କରିଥଲେ । ଏହା ପରେ ପରେ ପୁରସ୍କାର ବିତରଣ କାର୍ୟର୍ଯ୍ୟମ ଆରମ୍ଭ ହୋଇଥିଲା ଏବଂ ଏହାର ପରିଚାଳନା ଜୟ କୁମାର ଭୁଏ କରିଥିଲେ । ବିଭିନ୍ନ ସାହିତ୍ୟ ପ୍ରତିଗୋଗିତରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ଅଧ୍ୟକ୍ଷଙ୍କ ସମେତ ସମସ୍ତ ପ୍ରଧ୍ୟାପକ, ପ୍ରଧ୍ୟାପିକା, ଅଧ୍ୟାପକ ଓ ଅଧ୍ୟାପିକା ପୁରସ୍କାର ବିତରଣ କରିଥିଲେ । ଏହା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ଶେଷରେ ଓଡ଼ିଶା ବିଭାଗର ପ୍ରଧ୍ୟାପିକ ଶ୍ରୀମତୀ ପୂର୍ଣ୍ଣିମା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଧ୍ୟାପକ ଡ. ବିରଞ୍ଚି ସାହୁ, ପ୍ରଭାତ ମହାପାତ୍ର, ଖଗେଶ୍ୱର ଦାସ, ସନ୍ତୋଷ କୁମାର ମିଶ୍ର, ତାରା ପ୍ରସାଦ ଶତପଥୀ, ପ୍ରମୋଦ କୁମାର ତ୍ରିପାଠୀ, ଡ. ତୁଷାରକାନ୍ତ ସାହୁ, ନବ କୃଷ୍ଣ ମିଶ୍ର, ଡ. ପ୍ରଦୀପ କୁମାର ପଣ୍ଡା, ଡ. ସୁବୋଧ ତ୍ରିପାଠୀ, ବିଶ୍ଵରାଜ ପାତ୍ର, ତାପିନୀ ପଣ୍ଡା, ଶର୍ମିଲା ପଣ୍ଡା, ମୋନାଲିସା ସ୍ୱାଇଁ, ରିନା ଧର୍ମବିନାୟକଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.